ବାଲିଯାତ୍ରାର ୫ମ ସନ୍ଧ୍ୟାରେ ଝୁମିଲେ ଦର୍ଶକ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ୫୦ହଜାରରୁ ଉର୍ଦ୍ଧ୍ୱ ଦର୍ଶକ ଝୁମିଲେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ । ଏହି ଅବସରରେ ଅନୁଷ୍ଠିତ ସାରସ୍ୱତ ଆସରରେ ବାଲିଯାତ୍ରା ମହୋତ୍ସବ କମିଟିର ସଭାପତି ତଥା ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶ ଅଧ୍ୟକ୍ଷତାକରି କହିଥିଲେ ଯେ ଏହି ବାଲିଯାତ୍ରା କଟକର ବାଲିଯାତ୍ରାକୁ ଟପିଯିବ । ସମ୍ପାଦକ ସଞ୍ଜୟ କୁମାର ଜେନା ବାଲିଯାତ୍ରାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥର ଭାବରେ ପୂର୍ବତଟ ରେଳ ବିଭାଗର ବରିଷ୍ଠ ସୂଚନା ଅଧିକାରୀ ତଥା କବି ନିରାକାର ଦାସ ଯୋଗଦେଇ କେନ୍ଦ୍ରାପଡାର ସମସ୍ତ ସାହିତ୍ୟ ସଂସ୍କୃତିପ୍ରେମୀ ଏକାଠି ହୋଇ କେନ୍ଦ୍ରାପଡାରେ ବାଲିଯାତ୍ରା ଯେଉଁ ମହୋତ୍ସବ କରିଛନ୍ତି ତା ଦ୍ୱାରା କେନ୍ଦ୍ରାପଡାର ଗୈାରବ ଫେରିଆସିବ ଓ ସମସ୍ତ ରାଜନୈତିକ ବ୍ୟକ୍ତି ବାଧ୍ୟ ହୋଇ ବିକାଶ ଧାରାରେ ସାମିଲ ହେବେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ କରିଲୋପାଟଣା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡଃ.ସର୍ବେଶ୍ୱର ସେଣ ଯୋଗଦେଇ ଓଡିଆର ପରମ୍ପରା,ସଂସ୍କୃତି ଓ ସାହିତ୍ୟକୁ ସମୃଦ୍ଧ କରିବାକୁ ହେଲେ ବାଲିଯାତ୍ରା ଏକ ମାଧ୍ୟମ । ଏହା ସର୍ବାଦୈା ସ୍ୱାଗତ ଯୋଗ୍ୟ । କେନ୍ଦ୍ରାପଡାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଧାର ଆଣିବାକୁ ହେଲେ ଜନସଚେତନତାର ଆବଶ୍ୟକତା ରହିଛି ବୋଲି କହିଥିଲେ । ବାଲିଯାତ୍ରା ଏକ ପ୍ରମୁଖ ମାଧ୍ୟମ ଯେଉଁଥିରେ ଏହାର ସୁଧାର ଆସିପାରିବ । ଓଡିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ବୈରାଗି ଚରଣ ପଟ୍ଟନାୟକ ଯୋଗଦେଇ ଓଡିଶାର ଭାଷା ସାହିତ୍ୟ ସୁମହାନ । ଏହାକୁ ପ୍ରଚାର,ପ୍ରସାର ଓ ବିକଶିତ କରିବାକୁ ଏହି ବାଲିଯାତ୍ରା ପ୍ରକୃଷ୍ଟ ମାଧ୍ୟମ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ପ୍ରାଧ୍ୟାପକ ଅଜୟ କୁମାର ରାଉତ ଯୋଗଦେଇ କହିଲେ କେନ୍ଦ୍ରାପଡାର ଗୈାରବକୁ ଦ୍ୱିଗୁଣିତ କରିପାରିଛି ଏହି ବାଲିଯାତ୍ରା । ଏହି ଅବସରରେ ଗାଳ୍ପିକା ଅବନ୍ତୀ ବେହେରା ଓ ଡା.ସମ୍ବିତ ସାମଲଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଆଇନଜୀବି ରମଣୀରଞ୍ଜନ ରାଉତରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବାଲିଯାତ୍ରା କମିଟି ଉପସଭାପତି ଧିରେନ୍ଦ୍ର କମାର ଦାସ ସ୍ୱାଗତ ଭାଷଣ ଓ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସରପଂଚ ପୀତବାସ ବେହେରା, ନାଏବ ସରପଂଚ ସୁନିତା ସାହୁ, ସହସମ୍ପାଦକ କିଶୋର ପ୍ରଧାନ, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରପାଠୀ, ଡଃ.ନାରାୟଣ ପ୍ରସାଦ ଜେନା, ମୀର ସଫିକ, କମିଟି ସଦସ୍ୟ ଗଗନ ବିହାରୀ ଜେନା, ମୃତ୍ୟୁଞ୍ଜୟ ସାହୁ, ଇତିହାସ ଲେଙ୍କା, ଟୁଟୁ ଗେରୁ, କୈଳାସ ଗେରୁ, ପ୍ରଦୀପ ରଥ, ସେକ ମତୁ, ମହମ୍ମଦ ସେକ ଇନାୟତ, ଜିତୁ ଗେରୁ, ଜଗନ୍ନାଥ ଦାସ, ତ୍ରିଲୋଚନ ଦାସ ,କୁମର ଚରଣ ବାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ମହୋତ୍ସବରେ ହଜାର ହଜାର ଦର୍ଶକ ସମାଗମ ହୋଇଥିବାର ଦେଖାଯାଇଥିଲା । ଏହାପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


