ବାଲି ଗାଡି ଜବତ

ବାରିକପୁର, (ଓ୍ବାଇଏନ୍ଏସ୍):ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ତହସିଲ ଛକରୁ ଏକ ବେଆଇନ ବାଲି ଗାଡି ଜବତ ହୋଇଛି । ଗତ ଶୁକ୍ରବାର ରାତିରେ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ସ୍ୱାଇଁ ଓ ଭାରପ୍ରାପ୍ତ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ଭୂୟାଁଙ୍କ ନେତୃତ୍ୱରେ ରାଜପଥ ଉପରେ ଚଢାଉ ହୋଇଥିଲା । ଏହି ସମୟରେ ଓଡି୨୨ଜେ୪୮୫୮ ହାଇୱା ଟ୍ରକଟି ଆଖୁଆପଦା ପଟୁ ବେଆଇନ ବାଲି ନେଇ ଭଦ୍ରକ ଅଭିମୁଖେ ଯାଉଥିଲା । ଚଢାଉ ବେଳେ ବାଲି ପରିବହନ ସମ୍ପର୍କିତ କାଗଜପତ୍ର ଦେଖାଇନପାରିବାରୁ ପ୍ରଶାସନ ପକ୍ଷରୁ ଟ୍ରକଟିକୁ ଜବତ କରାଯାଇଥିଲା । ଏହା ସହିତ ଚାଳକ ରାଜେଶ ଆମାନ୍ତ ଓ ଖଲାସି ଅଶ୍ୱନୀ ଅମାନ୍ତକୁ ପୁଲିସ ଗିରଫ କରିଥିଲା । ଏନେଇ ଥାନା ପକ୍ଷରୁ ୬୧/୨୧ରେ ମାମଲା ରୁଜୁ ହୋଇଥିବାବେଳେ ଗିରଫ ଦ୍ୱୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ