ବାଲି ଚୋରା ଚାଲାଣ ବେଳେ ଉତେଜନା

ଗଂଜାମ(ଯୁଗାବ୍ଦ ନ୍ୟୁଜ୍‌): ଗଞ୍ଜାମ ବ୍ଲକ ଅନ୍ତର୍ଗତ ୟୁଡିଏସପୁର ପଞ୍ଚାୟତ ର ବେଣିଗୌରୀ ଗ୍ରାମ ସ୍ଥିତ ଋଷିକୂଲ୍ୟା ନଦୀର ବଜ୍ରକୋଟ ବାଲିଘାଟରୁ ବାଲିଚୋରା ଚାଲାଣ କରିବା ପାଇଁ , ଗ୍ରାମରେ ବ୍ଲକ ତରଫରୁ ନିର୍ମାଣ ଧୀନ ରାସ୍ତା ରେ ବାଲି ଟ୍ରକ ନେଇ ରାସ୍ତା କୁ ଭାଙ୍ଗିଦେବା ଫଳରେ ବେଣିଗୌରୀ ଗ୍ରାମରେ ଉତେଜନା ଦେଖାଯାଇଛି। ରାସ୍ତା ଉପରେ ଗ୍ରାମବାସୀ ରାସ୍ତା ଅବରୋଧ କରିବା ସହ ଏନେଇ ତହସିଲଦାର, ବିଡ଼ିଓ ,ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଅବଗତ କରାଇଛନ୍ତି । ଅଭିଯୋଗ ପାଇବା ପରେ ତହସିଲଦାର ଙ୍କ ନିର୍ଦ୍ଦେଶ ରେ ଅତିରିକ୍ତ ତହସିଲଦାର ସୋମନାଥ ମହାଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରବା ସହ ଆନ୍ଦୋଳନ କାରୀ ଗ୍ରାମବାସୀ ସହ ଆଲୋଚନା କରିଥିଲେ ।ଗ୍ରାମବାସୀ ମାନେ ଏହି ରାସ୍ତା ରେ ପ୍ରତିଦିନ ଭାରିଯାନ ରେ ବାଲିଚୋରା ଚାଲାଣ ହେଉଥିବାରୁ ଲୋକଙ୍କ ଠାରୁ ଆରମ୍ଭ କରି ସ୍କୁଲ ପିଲାଙ୍କ ଜୀବନ ପ୍ରତି ବିପଦ ରହୁଛି । ରାସ୍ତା କୁ ଲାଗି ସ୍କୁଲ, ଓ ଗ୍ରାମ ରହିଥିବା ବେଳେ , ସବୁବେଳେ ଦୁର୍ଘଟଣା ଘଟୁଛି ଗାଡିଚଳାଉଥିବା ଡ୍ରାଇଭର ମାନେ ମହିଳା ମାନଙ୍କୁ ଅଶ୍ଳୀଳ ବ୍ୟବହାର ଦେଖାଉଛନ୍ତି । ଦ୍ରୁତଗତିରେ ଗାଡି ଚାଳନା ଯୋଗୁଁ ଘର ଦୋହଲିବା ସହ ଗର୍ଭବତୀ ମହିଳାମାନେ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି । ଏପରିକି ବାଲିଗାଡି ଯାତାୟତ ଯୋଗୁଁ ଗ୍ରାମ ରାସ୍ତା ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ , ବ୍ଲକ ତରଫରୁ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା । ଗତକାଲି ରାସ୍ତା ଟି ମେଟେଲିଙ୍ଗ ହୋଇଥିବା ରୁ ବାଲି ଗାଡି ସପ୍ତାହ ପର‌୍ୟ୍ୟନ୍ତ ଏହି ରାସ୍ତା ନନେବା ପାଇଁ କୁହାଯାଇଥିଲା । ମାତ୍ର ବାଲିମାଫିଆ ମାନେ ଦିନରେ ନନେଇ ଅଧରାତ୍ରରେ ବାଲିଚୋରା ଚାଲାଣ କରିବା ଫଳରେ ରାସ୍ତଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା କହିବା ସହ ସଂପୃକ୍ତ ବାଲିମାଫିଆ ଙ୍କ ବୋରିଧ ରେ କାର୍ଯ୍ୟାନୁଷ୍ଠାନ ସହ ଗ୍ରାମ ମଧ୍ୟରେ ନଯାଇ ଅନ୍ୟ ରାସ୍ତା ରେ ବାଳି ନେବା ପାଇଁ ଅଡ଼ି ବସିଥିଲେ । ସମସ୍ତ ଅଭିଯୋଗ ଶୁଣିବା ପରେ ଅତିରିକ୍ତ ତହସିଲଦାର ମହାଲ୍ଲିକ ଅଭିଯୋଗ ସତ୍ୟତା ରବିଥିବା , ଅନେଇ ତହସିଲଦାର ଙ୍କୁ ଜାଣିବେ, ରାସ୍ତା ଅବରୋଧ ଓ ଧାରଣା ରୁ ଉଠିବାକୁ ବୁଝିବା ପରେ ଗ୍ରାମ ବସି ଉଠିଥିଲେ । ଅନ୍ୟ ପଟେ ବ୍ଲକ ର ରାସ୍ତା ନିର୍ମାଣ କାର‌୍ୟ୍ୟ ରେ ଦାୟିତ୍ୱ ରେ ଥିବା କନିଷ୍ଟ ଯନ୍ତ୍ରୀ ମଲ୍ଲିକ ଙ୍କ ସହ ଯୋଗାଯୋଗ କରିବାରୁ ରାସ୍ତା ଟି ନଷ୍ଟ ହୋଇଯିବା ଫଳରେ ଦୁଇଲକ୍ଷ ଟଙ୍କା ନଷ୍ଟ ହୋଥିବା କହିଛନ୍ତି । ଏନେଇ ତହସିଲଦାର ଅବନୀ କୁମାର ସାହୁ ଙ୍କ ସହ ଯୋଗାଯୋଗ କରିବାରୁ ଉକ୍ତ ବାଲି ଘାଟର ଲିଜ ଥିଲେ ମଧ୍ୟ ଏରିଆ ବଢିବା ଯୋଗୁ ବାଲି ନ ଉଠାଇବା ପାଇଁ ଲିଜଧାରୀ ଙ୍କୁ କୁହାଯାଇଥିଲା ।ଏନେଇ ଅତିରିକ୍ତ ତହସିଲଦାର ଙ୍କୁ ତଦନ୍ତ ପାଇଁ ପଠା ଯାଇଛି, ତାଙ୍କର ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ