ବାଲେଶ୍ୱରବାସୀଙ୍କ ଜନାଦେଶଙ୍କୁ ସ୍ୱାଗତ କରୁଛି

ବାଲେଶ୍ୱର,::(ଯୁଗାବ୍ଦନ୍ୟୁଜ) ୨୦୧୯ ସାଧାରଣ ନିର୍ବାଚନରେ ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ବିଶେଷ କରି କଂଗ୍ରେସ ଦଳର କର୍ମୀ ଏବଂ ଶୁଭେଚ୍ଛୁମାନଙ୍କୁ ଦଳୀୟ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ଏକ ପ୍ରେସବିବୃତିରେ ଶ୍ରୀ ପଟ୍ଟନାୟକ ଲୋକସଭା ନିର୍ବାଚନରେ ତାଙ୍କପ୍ରତି ନିର୍ବାଚନମଣ୍ଡଳୀର ଭୋଟର ଭାଇଭଉଣୀ ଦେଇଥିବା ଅକୁଣ୍ଠ ସମର୍ଥନ ଓ ସହାନୁଭୂତି ଚିରସ୍ମରଣୀୟ ହୋଇ ରହିବ ବୋଲି ଦର୍ଶାଇଛନ୍ତି । ଏହା ସହିତ ଏହି ନିର୍ବାଚନରୁ ସେ ବ୍ୟକ୍ତିଗତ ଭାବେ ଅନେକ ଶିକ୍ଷା ଓ ଅଭିଜ୍ଞତା ଲାଭ କରିଥିବାରୁ ଆଗାମୀ ଦିନରେ ଏହିସବୁ ଅଭିଜ୍ଞତା ଓ ଅନୁଭୂତିକୁ ପାଥେୟ କରି ଆଗାମୀ ଦିନରେ ଏହି ନିର୍ବାଚନ ମଣ୍ଡଳୀରେ ସଙ୍ଗଠନକୁ ଅଧିକ ସୁଦୃଢ଼ କରିବେ ବୋଲି ଉଲ୍ଲେଖ କରିଛନ୍ତି । ବାଲେଶ୍ୱର ନବନିର୍ବାଚିତ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ଭୋଗରାଇର ନବନିର୍ବାଚିତ ବିଧାୟକ ସର୍ବଶ୍ରୀ ଅନନ୍ତ ଦାସ, ଜଳେଶ୍ୱରର ଅଶ୍ୱିନୀ କୁମାର ପାତ୍ର, ବସ୍ତାର ନିତ୍ୟାନନ୍ଦ ସାହୁ, ସଦର ମୋଦନ ମହୋନ ଦତ, ରେମୁଣାର ସୁଧାଂଶୁ ଶେଖର ପରିଡ଼ା, ନୀଳଗିରି ସୁକାନ୍ତ କୁମାର ନାୟକ, ବଡ଼ସାହିର ସନାତନ ବିଜୁଳିଙ୍କ ସମେତ ବାଲେଶ୍ୱର ଜିଲ୍ଲାର ସମସ୍ତ ନିବନିର୍ବାଚିତ ପ୍ରାର୍ଥୀ ତା’ ସଙ୍ଗେ ସଙ୍ଗେ ମୟୁରଭଞ୍ଜ ଜିଲ୍ଲାର ନବନିର୍ବାଚିତ ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଲୋକସଭା କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ