ବାଲେଶ୍ୱରରେ ଦ୍ୱିତୀୟ ପତ୍ନୀ ପାଇଁ ପ୍ରଥମ ପତ୍ନୀ କୁ ହତ୍ୟା ଅଭିଯୋଗ
ବାଲେଶ୍ୱର , (ଯୁଗାବ୍ଦ ନ୍ୟୁଜ୍ ) : ବାଲେଶ୍ୱର ଜିଲ୍ଳା ଜଳେଶ୍ୱର ଥାନା ଶାଳୀକୋଠା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଦ୍ୱିତୀୟ ସ୍ତ୍ରୀ ପାଇଁ ପ୍ରଥମ ସ୍ତ୍ରୀ କୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସ୍ୱାମୀ ଶାଳୀକୋଠା ଗ୍ରାମର ଖଗେନ୍ଦ୍ର ଜେନା ସେହି ଗ୍ରାମର ଲିଲି ରାଣୀଙ୍କୁ ତେତିଶି କୋଟି ଦିଅଁ ଦେବତାକୁ ଶାଖିରକ୍ଷୀ ବିବାହ କରିଥିଲେ । ବିବାହର ଦୀର୍ଘ ୧୨ ବର୍ଷ ପରେ ପ୍ରଥମ ସ୍ତ୍ରୀ ରହିଥିବାବେଳେ ସେ ପୁଣୀ ଜଣେ ମହିଳାଙ୍କୁ ଆଣି ଦ୍ୱିତୀୟ ସ୍ତ୍ରୀ ଭାବେ ଆଣି ଘରେ ରଖିଥିଲେ । ଏହି ଘଟଣାକୁ ପ୍ରଥମ ସ୍ତ୍ରୀ ଲିଲି ରାଣୀ ଏହାକୁ ବିରୋଧ କରିଥିଲେ । ଲିଲିରାଣୀ ତାଙ୍କ ପରିବାରକୁ କହିଲା ପରେ ମଧ୍ୟ କୈାଣସି ସୁଫଳ ମିଳିପାରିନଥିଲା । ଏହା ପରେ ଗ୍ରାମବାସୀ ତରଫରୁ ନ୍ୟାୟ ପାଇଁ ବୈଠକ ବସିଥିଲା କିନ୍ତୁ କୈାଣସି ସମସ୍ୟାର ସମାଧାନ ହୋଇପାରିନଥିଲା । ଗତ ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ଶାଶୁ ଘର ଲୋକ ମିଶି ଲିଲିରାଣୀଙ୍କୁ ମାରିଦେଇଥିବାର ତାଙ୍କ ଭାଇ ଜୟନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲିଲିଙ୍କ ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଶବବେବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ପ୍ରକୃତ ରହସ୍ୟରୁ ପର୍ଦାଫାସ ହେବ ।


