ବାଲେଶ୍ୱରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକ
ବାଲେଶ୍ୱର, (ସରୋଜ ପଣ୍ଡା) :-ଜିଲା ବିଜେଡି ପକ୍ଷରୁ ଭୂତପୂର୍ବ ମୁଖ୍ୟମନ୍ତ୍ରୀ ମହାନ ଜନନାୟକ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକ ଦିବସବ୍ୟାପୀ କାର୍ଯ୍ୟକ୍ରମ ମାଧ୍ୟରେ ପାଳିତ ହୋଇଯାଇଛି । ସକାଳେ ସହର ଉପକଣ୍ଠ ବୁଢ଼ାବଳଙ୍ଗ ନଦୀର ବାଲିଘାଟଠାରେ ତିଳତର୍ପଣ କରାଯାଇଥିଲା । ଏଥିରେ ଦଳର ଜିଲା ସଭାପତି ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ, ସଦର ବିଧାୟକ ସ୍ୱରୂପ କୁମାର ଦାସ, ସଦର ବ୍ଲକ ଅଧ୍ୟକ୍ଷ ସୁନୀତା ବେହେରା, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ, ପୌର ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ, କୁରୁଡ଼ା ସରପଞ୍ଚ ପାଣିଗ୍ରାହୀ ଜିଲା ପରିଷଦ ସଦସ୍ୟା ସୋନାଲି ବିଶ୍ୱାଳ, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ଉମିଲତା ଦାସ, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ କୁମାର ସାହୁ, ପୂର୍ବତନ ବ୍ରିଟ ଅଧ୍ୟକ୍ଷ ଗୌରୀ କୁମାର ରାଉତ, ଯୁବ ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ବିଜେଡି ରାଜ୍ୟ ସମ୍ପାଦକ ସତ୍ୟରଞ୍ଜନ ଦାସ, ଜିଲା ସାଧାରଣ ସମ୍ପାଦକ ବରଦା ପ୍ରସନ୍ନ ପଟ୍ଟନାୟକ, ବିଜେଡି ଟାଉନ ସଭାପତି ସନତ ଦାସ, ଏସସି ସେଲ ଜିଲା ସଭାପତି ଶତ୍ରୁଘ୍ନ ମଲ୍ଲିକ, ବିଜୁ ଛାତ୍ର ଜନତା ଦଳ ଜିଲା ସଭାପତି ସିମନ ଦାସ ମହାପାତ୍ର, ଜିଲା ସମ୍ପାଦକ ପଙ୍କଜ ଅଗ୍ରୱାଲ, ଯୁବନେତା ଭାଗବତ ସାହୁ, ମନୋଜ ରାଉତ, ପøରସଦସ୍ୟା ମୀନା ମହାନ୍ତି, ରଞ୍ଜିତା ମହାପାତ୍ର, ମୀତା ପଟ୍ଟନାୟକ, ସନ୍ଧ୍ୟାରାଣୀ ଜେନା, ପ୍ରୀତିଲତା ସେଠୀ, ଅମିତ କୁମାର ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ସ୍ଥାନୀୟ ଫାଣ୍ଡିଛକ ଓ ଡିଆଇସି ଛକ ନିକଟ ପାର୍କରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ଦଳୀୟ ନେତା ଓ କର୍ମକର୍ତ୍ତାମାନେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଡିଆଇସି ଛକ ନିକଟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଜିଲା ସଭାପତି ଶ୍ରୀ ଜେନା ଏଥିରେ ଅଧ୍ୟକ୍ଷତା କରିବା ସହିତ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୀବନାଦର୍ଶ ଓ ତତ୍କାଳୀନ ଓଡ଼ିଶା ବିକାଶରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ମହାନ ଜନନାୟକ ଭାବେ ବିଜୁବାବୁଙ୍କ ଗଠନମୂଳକ କାର୍ଯ୍ୟଧାରା ଓ ଦୃଢ଼ ନିଷ୍ପତ୍ତି ତାଙ୍କୁ ଜାତୀୟ ସ୍ତରର ପରିଚିତ ଦେଇପାରିଛି, ଯାହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ କହିଥିଲେ । ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଜୁବାବୁ ନେଇଥିବା ନିଷ୍ପତ୍ତି ତାଙ୍କୁ ଚିରକାଳ ସ୍ମରଣୀୟ ରଖିବ ବୋଲି ଉପସ୍ଥିତ ବିଜେଡି ନେତାମାନେ ମତ ପ୍ରକାଶ କରିଥିଲେ । ବ୍ରିଟ୍ ଅଧ୍ୟକ୍ଷ ଗୌରୀ କୁମାର ରାଉତ ଏଥିରେ ସଂଯୋଜନା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅସିତ କୁମାର ଦାସ, ସନ୍ତୋଷ କୁମାର ଦାସ, ଇନ୍ତେଖ୍ୱାନ ଅଲ୍ଲୀ ଖାଁ, ଶେଖ ସାକିର, ସପନ ଖିଲାର, ଶେଖ ରାଜୁ, ଆଇନଜୀବୀ ଜିତେନ୍ଦ୍ର ଉପାଧ୍ୟାୟ, ସୂର୍ଯ୍ୟକାନ୍ତ କର, ଆଶ୍ରିତା ତରେଇ, ଇତିକୃଷ୍ଣା ସ୍ୱାଇଁ, ରାଜଲକ୍ଷ୍ମୀ ଚାଟାର୍ଜୀ ପ୍ରମୁଖ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ବିଜେଡି କର୍ମୀ ଓ ସମର୍ଥକ ଏଥିରେ ଯୋଗ ଦେଇଥିଲେ ।


