ପୋଖରୀ ପାଣିରେ ବୁଡି ୧୦ ବର୍ଷର ବାଳକଙ୍କ ମୃତ୍ୟୁ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ମାଳ ତେନ୍ତୁଳିଆ ଗ୍ରାମର ପୋଖରି ପାଣିରେ ବୁଡି ଜଣେ ୧୦ ବର୍ଷର ବାଳକ ମୂତ୍ୟୁ ମୁଖରେ ପଡିଥିବା ଜଣାପଡିଛି । ମୃତ୍ୟୁ ନାବାଳକ ଜଣକ ହେଲେ ସେହି ଗ୍ରାମର ଋଷିକେଶ ଲେଙ୍କା ବୋଲି ଜଣାପଡିଛି। ଘଟଣା ପ୍ରକାରେ ମାଳତେନ୍ତୁଳିଆ ଗ୍ରାମର ଶିବ ମନ୍ଦିରରେ ଭୋଜି ଖାଇବାକୁ ଋଷିକେଶ ଯାଇଥିଲେ। ଶିବ ମନ୍ଦିରରେ ଭୋଜି ଖାଇ ସାରିବା ପରେ ମନ୍ଦିର ପାଖରେ ଥିବା ପୋଖରିକୁ ହାତ ଧୋଇବାକୁ ଯାଇଥିଲେ। ଦୁର୍ଭାଗ୍ୟ ବଶତଃ ନାବାଳକ ଜଣକ ପୋଖରି ଭିତରକୁ ଖସିପଡି ପୋଖରି ପାଣିରେ ବୁଡି ଯାଇଥିଲେ। ଘଟଣା ଜାଣିବା ପରେ ସ୍ଥାନିୟ ଲୋକଙ୍କ ଦ୍ୱାରା ଋଷିକେଶଙ୍କୁ ପୋଖରି ପାଣିରୁ ଉଧାର କରି ପୋଲସରା ମେଡିକାଲକୁ ଅଣାଯାଇଥିଲା । ହେଲେ ଡାକ୍ତର ଋଷିକେଶ ଲେଙ୍କାଙ୍କୁ ମୂତ୍ୟୁ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ପୋଲସରା ପୋଲିସ୍ ପହଞ୍ଚି ମୂତ୍ୟୁ ଘଟଣାର ତଦନ୍ତ କରିବା ସହିତ ପୋଲସରା ମେଡିକାଲରେ ମର ଶରୀରକୁ ଜବତ କରି ପୋଲସରା ପୋଲିସ ଥାନା ୫/୨୨ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଏପ୍ରିଲ ୧୮ ତାରିଖ ସକାଳେ ଶବ ବ୍ୟବଛେଦ ପାଇଁ ପଠାଯିବ ବୋଲି ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି ।


