ବାଲେଶ୍ୱର ଠାରେ ବିଶ୍ୱ ମହିଳା ଦିବସ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଠାରେ ବିଶ୍ୱ ମହିଳା ଦିବସ ଉପଲକ୍ଷେ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରୂପାୟନ ତରଫରୁ ପାଳିତ ହୋଇଯାଇଛି l ପ୍ରତିଭା ଅନ୍ୱେଷଣ କୁ ଭିତ୍ତି କରି ଗାଁ ଗହଳିର ମହିଳାଙ୍କ ଭିତରେ କ୍ରୀଡା ପ୍ରତିଯୋଗିତା ପରମିଟ ପଡିଆରେ ଅନୁଷ୍ଠିତ ହୋଇଥିଲା l ତା ପରେ କାରାଗାରର ଅନ୍ତେବାସିନୀଙ୍କୁ ଶାଢ଼ୀ, ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା l ଶେଷରେ ଷ୍ଟେସନ କ୍ଲବ ଠାରେ କୁନି କୁନି ପିଲାମାନେ ତଥା ମହିଳାମାନେ ସମ୍ବଲପୁରୀ ନୃତ୍ୟରେ ଦର୍ଶକ ମାନଙ୍କ ମନ ମୋହିଥିଲେ l ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିତ୍ୱ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଡ଼ଃ ଚାରୁବାଳା ରଥ, ମୂଖ୍ୟ ବକ୍ତା ଭାବେ ସୀମାରାଣୀ ଦାସ, ସମ୍ମାନୀୟ ଅତିଥି ଭାବେ ଛବିରାଣୀ ମନ୍ତ୍ରୀ, ଆଶ୍ରିତା ତରେଇ, ମୀରା ଧୀରେନ୍ଦ୍ର ଜଟାନୀୟl ଉପସ୍ଥିତ ଥିଲେ l ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ରାୟ ସଭା ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସଭାପତି ତାପସ ସାହୁ, ରାଜ୍ୟ ସଭାପତି ଆଶୁତୋଷ ଦାସ, ଡ଼ଃ ରାଧାରଞ୍ଜନ ପଟ୍ଟନାୟକ, କବି ଅଭୟ ଦାସ, ବିଜୟ ପାଣିଗ୍ରାହୀ, ପ୍ରତିମା ପଣ୍ଡା, ଅମୀୟ ମହାନ୍ତି, ଯଶୋଧାରା ଦାସ, କିଶୋର ଅଗ୍ରୱାଲ, ଯଶୋଦାନନ୍ଦନ ଆସ, ମିନତୀ ଦାସ, ଅମିତା ଚାନ୍ଦ,ନିରଞ୍ଜନ ପରିଡା, ରିତା ମିଶ୍ର, ଅମରେଶ ପାତ୍ର, ଗୌତମୀ ଦାସ, ଜ୍ୟୋସ୍ନା ପଣ୍ଡା, ଅରୁଦୀପ୍ତl ସ୍ୱାଇଁ, ଉମାକାନ୍ତ ମହାନ୍ତି, କିଶୋର ମହାନ୍ତି, ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l