ବାଲେଶ୍ୱର ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସଭା
ବାଲେଶ୍ୱର:ବାଲେଶ୍ୱର ବରିଷ୍ଠ ନାଗରିକମଞ୍ଚର ସାଧାରଣ ସଭା ଗୁରୁବାର ଦିନ ପୂର୍ବାହ୍ନରେ ସ୍ଥାନୀୟ ନୃତ୍ୟସଂଗୀତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଉପସଭାପତି ଭଗବାନ ଚନ୍ଦ୍ର ରାଉତ ସଭାରେ ଅଧ୍ୟକ୍ଷତା କରିଥିଲେ । ସାଧାରଣ ସଂପାଦକ ଲକ୍ଷ୍ମୀଧର ବେହେରା ପ୍ରାରମ୍ଭିକ ସୂଚନା ଦେଇ ସମଗ୍ର ବିଶ୍ୱରେ କରୋନା ଭାଇରସ୍ ମହାମାରୀ ଅବସ୍ଥା ସୃଷ୍ଟିକରିଥିବାବେଳେ ଏଥିପ୍ରତି ବରିଷ୍ଠ ନାଗରିକମାନେ ସଚେତନ ରହିବା ସହିତ ନିଜ ପରିବାର ଓ ନିଜ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ନିବେଦନ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିବାରୁ ଆମ ରାଜ୍ୟ ଓ ଦେଶରେ କରୋନା ଭାଇରସ୍ ଉଗ୍ରରୂପ ଧାରଣ କରିପାରିନାହିଁ । ତଥାପି ବିପଦ ସବୁବେଳେ ରହିଛି । ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସଚେତନତା ଓ ସାବଧାନତା ଉପରେ ଗୁରୁତ୍ୱାରୋପ କରିଛି ବୋଲି ଶ୍ରୀ ବେହେରା ଉପସ୍ଥିତ ସଦସ୍ୟ ସଦସ୍ୟାମାନଙ୍କୁ ଅବଗତ କରାଇଥିଲେ । ଆସନ୍ତା ଏପ୍ରିଲ୍ ୨୨ ତାରିଖ ଦିନ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ସମ୍ମିଳନୀ ପ୍ରସ୍ତୁତି ସଂପର୍କରେ ବିଶଦ ଆଲୋଚନା ହୋଇଥିଲା । ପୂର୍ବବର୍ଷମାନଙ୍କ ପରି ଚଳିତବର୍ଷ ସଂଗଠନର ମୁଖପତ୍ର ପ୍ରକାଶ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ମଞ୍ଚର ସଂବିଧାନ ଅନୁଯାୟୀ ଚଳିତ ମାର୍ଚ୍ଚ ୩୧ ତାରିଖଦିନ ବର୍ତ୍ତମାନ ଥିବା କର୍ମକର୍ତ୍ତାମାନଙ୍କ ୩ବର୍ଷ କାର୍ଯ୍ୟକାଳ ସଂପୂର୍ଣ୍ଣ ହେଉଥିବାରୁ ନୂତନ କର୍ମକର୍ତ୍ତା ମନୋନୟନ ପ୍ରକ୍ରିୟାରେ ସର୍ବସମ୍ମତିକ୍ରମେ ନିମ୍ନଲିଖିତ ବରିଷ୍ଠ ସଦସ୍ୟମାନଙ୍କୁ ନିର୍ବାଚିତ କରାଯାଇଛି । ସଭାପତି- ବୈଦ୍ୟନାଥ ଷଡ଼ଙ୍ଗୀ, ଉପସଭାପତି-ହରମୋହନ ଦାଶ ଓ ବିଷ୍ଣୁପ୍ରସାଦ ମହାନ୍ତି, ସାଧାରଣ ସଂପାଦକ – ଲକ୍ଷ୍ମୀଧର ବେହେରା, ସଂପାଦକ – ଦେବେନ୍ଦ୍ରନାଥ ଚୌଧୁରୀ, କୋଷାଧ୍ୟକ୍ଷ- ଶରତ ଚନ୍ଦ୍ର ଦାଶ, ଅଡିଟର – ଅକ୍ଷୟ କୁମାର ତ୍ରିପାଠୀ, କାର୍ଯ୍ୟକାରୀ କମିଟି ସଦସ୍ୟ – ମନୋରଞ୍ଜନ ପାଲ, ଗୋପୀନାଥ ଦାସ, ଡଃ. ପଦ୍ମଲୋଚନ ପାତ୍ର, ବେଣୁଧର ପାଲ, ନିରୂପମା ସେଠୀ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ – ଗୌରାଙ୍ଗ ପାଣିଗ୍ରାହୀ (ଜନସଂପର୍କ), ନିରଞ୍ଜନ ରାଉତ (ମୁଖପତ୍ର), ଅପର୍ଣ୍ଣା କର, ବ୍ରଜ କୁମାର ଦାଶ ଓ ମଧୁସୂଦନ ଜେନା (ଅଫିସ୍) ଏତଦ୍ଭିନ୍ନ ଉପଦେଷ୍ଟା ଭାବେ – ଗିରିଶ ଚନ୍ଦ୍ର ଦାଶ, ଭଗବାନ ଚନ୍ଦ୍ର ରାଉତ, ପ୍ରଫେସର ଅନନ୍ତ କୁମାର ପ୍ରଧାନ, ସୁରେନ୍ଦ୍ରନାଥ କର, ବସନ୍ତଲତା ପଟ୍ଟନାୟକ, ରାଜେନ୍ଦ୍ରନାଥ ରାଉତ, ଡା: କୁନାନନ୍ଦ ଗିରି, ସୁଶ୍ରୀ ଅରୁଣା ରାୟଙ୍କୁ ମନୋନୀତ କରାଯାଇଛି । ସଭାରେ ପଦ୍ମଲୋଚନ ପାତ୍ର, ତରୱାଲି ଖାଁ, ସଲେମନ୍ ଖାଁ, ପ୍ରଫୁଲ୍ଲ କୁମାର ଦାସ, ରେଣୁବାଳା ଦାସ, ଲକ୍ଷ୍ମୀନାରାୟଣ ଘୋଷ, ଦାମୋଦର ନାୟକ ଓ ପ୍ରସନ୍ନ କୁମାର ପାଢ଼ୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଦେବେନ୍ଦ୍ର ଚୌଧୁରୀ ଧନ୍ୟବାଦ ଦେଇଥିଲେ