ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ
ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ) : ଆଜି ବିଜୁ ଜନତା ଦଳ ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୨ତମ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି । ପ୍ରଥମେ ସକାଳେ ଫାଣ୍ଡି ଛକରେ ଥିବା ବିଜୁ ପଟ୍ଟନାୟକ ପ୍ରତ୍ତିମୃତ୍ତି ଏବଂ ପୋଲିସ ଲାଇନରେ ଥିବା ପ୍ରତିମୃତ୍ତିରେ ବାଲେଶ୍ୱର ପୂର୍ବତନ ନଗରପାଳ ଆଲୋକ ସାହୁ ମାଲ୍ୟାର୍ପଣ କରିଥିବା ବେଳେ ବାଲିଘାଟରେ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ରବିନ୍ଦ୍ର କୁମାର ଜେନା,ବାଲେଶ୍ୱର ବିଧାୟକ ଜୀବନ ପ୍ରଦୀପ ଦାଶ,ପୂର୍ବତନ ନଗରପାଳ ଆଲୋକ କୁମାର ସାହୁ,ବ୍ରିଟ ଅଧ୍ୟକ୍ଷ ଗୌରି ରାଉତ,ଜିଲ୍ଲା ବିଜେଡ଼ି ଉପ ସଭାପତି ଗିରିଶ ଦାଶ,ସଂପାଦକ ଆଶିଷ ଘୋଷ,ଟାଉନ ସଭାପତି ସରୁପ ଦାସ,ଯୁବ ସଭାପତି ସଂଜିବ ଦାସ,ରାଜ୍ୟ ମହିଳା ସାଧାରଣ ସଂପାଦିକା ମୀନା ମହାନ୍ତି,ବିଜେଡ଼ି ନେତା ସୁବୋଧ ମହାନ୍ତି,ମିଡ଼ିଆ ସଂଜଯୋକ ଧିରେନ ନାୟକ,ମହିଳା ନେତ୍ରୀ ମୀନତୀ ସେଠୀ,ପ୍ରଣତୀ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଏହା ପରେ ବାରବାଟୀ ଛକରେ ଏକ ଜଳଛତ୍ରକୁ ସାଂସଦ ଓ ବିଧାୟକ ଉଦଘାଟନ କରିଥିଲେ ।


