ବାଳାଶ୍ରମର ଶିଶୁଙ୍କ ଗହଣରେ ଜନ୍ମଦିନ ପାଳିଲେ ବିଧାୟକ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ବିଷ୍ଣୁପ୍ରୀୟା ବାଳାଶ୍ରମ ପରିସରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ତାଙ୍କର ୬୬ତମ ଜନ୍ମଦିନକୁ ନିରାଡମ୍ବର ଭାବେ ପାଳନ କରିଛନ୍ତି । ଆଜି ମଧ୍ୟାହ୍ନରେ ବିଧାୟକ ଶ୍ର୍ରୀଯୁକ୍ତ ସେଠୀ ବାଳାଶ୍ରମରେ ପହଞ୍ଚିବାପରେ ବାଳାଶ୍ରମର କୁନି କୁନି ପିଲାମାନେ ବିଧାୟକଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ବିଷ୍ଣୁପ୍ରୀୟା ବାଳାଶ୍ରମ ଓ ଜରାନିବାସର ସମ୍ପାଦକ ପ୍ରେମାନନ୍ଦ ଦାସ ଓ ଅନ୍ତେବାସୀ ମାନେ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ତାଙ୍କର ଦୀଘାୟୁ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ନିଜର ନାତି ଭୁଦେବ ଭବେଶ ସେଠୀଙ୍କ ସହିତ କେକ୍ କାଟି ଛୁଆ ମାନଙ୍କୁ କେକ୍ ଓ ମିଷ୍ଠାନ୍ନ ପ୍ରଦାନ କରି ଜନ୍ମଦିନ ପାଳନ କରିଥିଲେ । ଏହି ସମୟରେ ନାତିପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ରବିନ୍ଦ୍ର କୁମାର ସାହୁ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ବିଜୟ କୁମାର ରାଉତ, ଭୂବନ ଭବେଶ ସେଠୀ, ଚିନ୍ମୟ ନାୟକ, ଚିତ୍ତ ରଞ୍ଜନ ପାତ୍ର. ସୁଧାକର ଓଝା, ଧବଳେଶ୍ୱର ପଟ୍ଟନାୟକ, ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ, ଗୌରାଙ୍ଗ ରଣା,ରବିନ୍ଦ୍ର ନାୟକ, ବୈଦ୍ୟନାଥ ସାମଲ,ଅଭିମନ୍ୟୁ ସେଠୀ, ମୁନା ସାମଲ, ଜିତେନ୍ଦ୍ର କୁମାର ସାମଲ, ବିଶ୍ୱନାଥ ନାୟକ, ପୁର୍ବତନ ବ୍ଲକ ଅଧ୍ୟକ୍ଷା ସାବିିତ୍ରୀ ସେଠୀ, ଜିଲ୍ଲାପରିଷଦ ପ୍ରାର୍ଥିନୀ କୌଶଲ୍ୟା ସେଠୀ, ସଂଘମିତ୍ରା ଜେନା, ହେମଲତା ବେହେରା, ଗୁରୁପ୍ରସାଦ ଉତ୍କଳ କେଶରୀ ଜେନା, ପ୍ରଦୀପ କୁମାର ଜେନା, ସୁଶାନ୍ତ କୁମାର ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ