ବାଳିକା ଉଚ୍ଚ ବିଦ୍ୟାଳୟରେ ୧୫୦ତମ ଗାନ୍ଧୀ ଜୟନ୍ତୀ ସମାରୋହ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆନୁକୁଲ୍ୟରେ ମଙ୍ଗଳବାର ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ୧୫୦ତମ ଗାନ୍ଧୀ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏମ.ଏସ.ସ୍ନାତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରୀମାନଙ୍କୁ ଜାତିରପିତା ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସା ମାର୍ଗକୁ ନିଜ ଜୀବନର ଆଦର୍ଶ ଭାବେ ଗ୍ରହଣ କରି ପାରିଲେ ସମାଜରେ ଜଣେ ଭଲ ମଣିଷ ହୋଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ । କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ଆଦର୍ଶ ସମାଜ ଗଠନ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ଶିକ୍ଷାବୀତ ଭଜକୃଷ୍ଣ ରାଉତ, ତେଣ୍ଡାକୁଡା ଫଜଲହକ ହାଇସ୍କୁଲର ପ୍ରଧାନ ଶିକ୍ଷକ ହିମାଂଶୁ ଭୁଷଣ ଓଝା, ସାସଂଦଙ୍କ ପ୍ରତିନିଧି ଆଲୋକ ସାହୁ, ଯୁବନେତା ରାଜେଶ ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ,ଧିରେନ ସାହୁ, ଶଙ୍କର୍ଷଣ ପଣ୍ଡା ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଶିଷ୍ଟ ମୃର୍ତ୍ତିକାଶିଳ୍ପି ରବି ନାରାୟଣ ରଥ ମାଟିରେ ଏକ ମହାତ୍ମା ଗାନ୍ଧୀଙ୍କ ମୃର୍ତ୍ତି ଗଢିଥିଲେ । ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ନାତା ସ୍ୱାଗତ ଭାଷଣ ଓ ଶିକ୍ଷକ ଶ୍ରୀନିବାସ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହେମନ୍ତ ବିଶ୍ୱାଳ, ପ୍ରମୋଦ ପ୍ରଧାନ, ବାରେଣୀ ସେଠୀ, ନଗେନ ଜେନା, ଶିବ ଭଳ, ମାନସ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ବୀରବର ସେନାପତି,ତ୍ରୀନାଥ ରାୟ,ଶ୍ରୀବାସ ତ୍ରିପାଠୀ,ମହମ୍ମଦ ଅବୁବକାର ଅଲ୍ଲୀ ଖାନ,ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ମହାପାତ୍ର,ଶୁଭଲକ୍ଷ୍ମୀ ଦାସ,ଶସ୍ମିତା ପଣ୍ଡା,ପ୍ରିୟମ୍ବଦା ନାୟକ,ରସ୍ମିତା ପରିଡା,ରିନୁ ପାଇଟାଳ,ଶର୍ମିଳା ମହାପାତ୍ର,ମିନତୀ ସାମଲ,ସୁପ୍ରଜ୍ଞା ଶାନ୍ତିମୟୀ,ସ୍ମୃତିସ୍ମିତା ପରିଡା ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।