ବାଳିକା ଉଚ୍ଚ ବିଦ୍ୟାଳୟ ଓ ବୃନ୍ଦାବନ ବିଦ୍ୟାପିଠର ମିଶ୍ରଣ ପର୍ବ ,ନୂତନ ଭାବେ ପରିଚିତ ହେଲା ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ମଧ୍ୟରେ ଅବସ୍ଥାପିତ ୩ ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବୃନ୍ଦାବନ ବିଦ୍ୟାପିଠର ମିଶ୍ରଣ କରାଯାଇ ନୂତନ ଭାବେ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ନାମକରଣ କରାଯାଇଛି । ଶୁକ୍ରବାର ଦିନ ସ୍ଥାନୀୟ ବୃନ୍ଦାବନ ବିଦ୍ୟାପିଠ ପରିସରରେ ଶିକ୍ଷକ – ଅଭିଭାବକଙ୍କ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଦାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ର ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ. ସନାତନ ପଣ୍ଡା ଓ ସମ୍ମାନୀତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ମଂଚାସୀନ ଥିଲେ । ଉଭୟ ଉଚ୍ଚ ବିଦ୍ୟାଳୟର ଶିକ୍ଷକ- ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତା ଓ ସଭ୍ୟ, ସଭ୍ୟା ମାନଙ୍କ ଆଲୋଚନା ପରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବୃନ୍ଦାବନ ବିଦ୍ୟାପିଠର ମିଶ୍ରଣ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ. ପଣ୍ଡା ପ୍ରସ୍ତାବ ଦେଇଥିଲେ । ଉପସ୍ଥିତ ସମସ୍ତ ଶିକ୍ଷକ- ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତା ଓ ସଭ୍ୟ, ସଭ୍ୟା ମାନଙ୍କ ସହମତି କ୍ରମେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବୃନ୍ଦାବନ ବିଦ୍ୟାପିଠର ମିଶ୍ରଣ କରାଯାଇ ନୂତନ ଭାବେ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ନାମକରଣ କରାଯାଇଥିଲା । ଦୁଇଟି ବିଦ୍ୟାଳୟର ସମିଶ୍ରଣ ପରେ ବିଦ୍ୟାଳୟରେ ଶିକ୍ଷକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଶିକ୍ଷାର୍ଥୀଙ୍କୁ ଉନ୍ନତ ଧରଣର ଶିକ୍ଷା ପ୍ରଦାନ କରାଯାଇପାରିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ. ପଣ୍ଡା କହିଥିଲେ ।ପରବର୍ତୀ ସମୟରେ ‘ମୋ ସ୍କୁଲ’ ଯୋଜନା ଆନୁକୂଲ୍ୟରେ ବିଦ୍ୟାଳୟ ପାଠାଗାର ପ୍ରକୋଷ୍ଠର ଶୁଭ ଉଦଘାଟନ କରାଯାଇଥିଲା । ପ୍ରତ୍ୟେକ ବୁଧବାର ଶେଷ କାଳାଂଶରେ ସମୂହ ପାଠାଗାର ଶିକ୍ଷା ଅଧ୍ୟୟନ କାର୍ଯ୍ୟକ୍ରମ ରହି ଆସୁଥିବା ବେଳେ ବର୍ତମାନ ଶିକ୍ଷାର୍ଥୀ ମାନେ ନିଜ ନିଜର ଅବସର ସମୟରେ ପାଠାଗାର ଅଧ୍ୟୟନର ସୁଯୋଗ ନେଇ ପାରିବେ । ବୈଠକରେ ବିଦ୍ୟାଳୟର ବିଭିନ୍ନ ଏଜେଣ୍ଡା ଉପରେ ଆଲୋଚନା କରାଯିବା ସହ ଶିକ୍ଷାର୍ଥୀଙ୍କ ଉନ୍ନତ ମାନର ପରୀକ୍ଷା ଫଳ ସମେତ ଉଚ୍ଚଳା ଓ ଉକ୍ତର୍ଷ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପରିଶେଷରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ ପ୍ରକାରେ ‘ପିଲାଟିଏ- ଗଛଟିଏ’ କାର୍ଯ୍ୟକ୍ରମ ମାଧ୍ୟମରେ ଉଭୟ ବିଦ୍ୟାଳୟର ଶିକ୍ଷାର୍ଥୀ ମାନେ ବିଦ୍ୟାଳୟ ପରିସରରେ ଗୋଟିଏ ଲେଖାଏଁ ବୃକ୍ଷରୋପଣ କରିଥିଲେ । କାର୍ଯ୍ୟକ୍ରମକୁ ବୃନ୍ଦାବନ ବିଦ୍ୟାପିଠର ପ୍ରଧାନ ଶିକ୍ଷକ ନିକୁଂଜ ପ୍ରଧାନ ପରିଚାଳନା କରିଥିବା ବେଳେ ଉଭୟ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।