ମୋଦିଙ୍କ ଭେଟ ପରେ ୨ ଲକ୍ଷକୁ ବୃଦ୍ଧିକଲା ସାଉଦି ଆରବ
ଜାପାନର ଜି – ୨୦ ସମ୍ମିଳନୀରେ ଯୋଗ ଦେବା ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କୁ ଭେଟି ମୁସଲମାନଙ୍କ ପବିତ୍ର ତୀର୍ଥସ୍ଥଳ ମକ୍କା ଉପରେ ଆଲୋଚନା କରିଥିଲେ । ଭାରତର ହଜ କୋଟାକୁ ସାଉଦି ଆରବ ୧ ଲକ୍ଷ ୭୦ ହଜାରରୁ ୨ ଲକ୍ଷକୁ ବୃଦ୍ଧି ବୃଦ୍ଧି କରିଥିବା ବିଦେଶ ସଚିବ ବିଜୟ ଗୋଖଲେ ସୂଚନା ଦେଇଛନ୍ତି । ଏହା ସହ ପର୍ଯ୍ୟଟନ ଓ ବିମାନସେବା ବୃଦ୍ଧ ପ୍ରସଙ୍ଗରେ ଆଲୋଚନା କରିଥିଲେ ।


