ବାସହରାଙ୍କୁ ସହାୟତାର ହାତ ବଢ଼ାଇଲା ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ
ହାଟଡିହି, (ଓ୍ବାଇଏନ୍ଏସ୍):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତର ଆମ୍ବଗଡିଆ ଗ୍ରାମର ବାସହରା ପର୍ଶୁରାମ ଯେନାଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଛି ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ । ଘରଦ୍ୱାର ଭାଙ୍ଗି ଯାଇଥିବାରୁ ଖୋଲା ଆକାଶ ତଳେ ୪ପରିବାର ବାସ କରୁଥିବା ଖବରପାଇ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନାଙ୍କ ନିର୍ଦ୍ଦେଶରେ ଟ୍ରଷ୍ଟି ଉମାକାନ୍ତ ରାଉତ, ସଦସ୍ୟ ଅର୍ଜୁନ ଖଣ୍ଡା, ମାନସ ସାମଲ, ଗଗନ ବିହାରୀ ଦାସ ପ୍ରମୁଖ ପର୍ଶୁରାମଙ୍କ ପାଖରେ ପହଞ୍ଚି ଘର ସମସ୍ୟା ନେଇ ତାଙ୍କ ସହିତ ଆଲୋଚନା କରିବା ସହିତ ମୁଣ୍ଡ ଗୁଞ୍ଜିବାକୁ ପଲିଥିନି, ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି । ତୁରନ୍ତ କିପରି ସେ ଘର ପାଇବେ ସେନେଇ ଚେଷ୍ଟା କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ରାଜ୍ୟ ସରକାର ଗରିବ ଲୋକମାନଙ୍କୁ ବିଭିନ୍ନ ଯୋଜନାରେ ବାସଗୃହ ଯୋଗାଇ ଦେଉଥିବାବେଳେ ବିଚରା ପର୍ଶୁରାମ ସରକାରଙ୍କ ଏହିସବୁ ଯୋଜନାରୁ ବାଦପଡି ତିନିଛୁଆଙ୍କ ସହ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଏହି ଗରିବ ପରିବାରକୁ ତୁରନ୍ତ ବାସଗୃହ ଯୋଗାଇ ଦେବାକୁ ଜୟଦୁର୍ଗା ଫାଉଣ୍ଡେସନର ଟ୍ରଷ୍ଟି ଉମାକାନ୍ତ ରାଉତ ଦାବି କରିଚନ୍ତି ।