ବାସ୍ତୁଦୋଷ କାଟେ ଆକ୍ୱାରିୟମ୍

ଘରେ ଆକ୍ୱାରିୟମ୍ ରଖିବା ଶୁଭ ବୋଲି କୁହାଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏଥିରେ କେତୋଟି ମାଛ ରଖିବା ଶୁଭ । ଫେଙ୍ଗସୁଇ ଅନୁସାରେ ଆକ୍ୱାରିୟମ୍ରେ ୮ଟି ମାଛ ରଖିଲେ ଶୁଭଫଳ ମିଳିଥାଏ । ଏହାର କାରଣ ୮କୁ ଅନନ୍ତ ନମ୍ବର ବୋଲି କୁହାଯାଇଥାଏ । ତେଣୁ ଆକ୍ୱାରିୟମ୍ରେ ୮ଟି ମାଛ ରଖିଲେ ଆପଣଙ୍କ ଜୀବନ ସୁଖ ସମୃଦ୍ଧିରେ ଭରି ଯାଇଥାଏ ବୋଲି ବିଶ୍ୱାସ ରହିଛି ।
ଫେଙ୍ଗସୁଇ ଅନୁସାରେ ଆକ୍ୱାରିୟମ୍ରେ “କୋଇ’ ଫିସ୍ ରଖିବା ଶୁଭ । କିନ୍ତୁ ଏହି ମାଛ ଆକାରରେ ବଡ଼ ହୋଇଥିବାରୁ ଆକ୍ୱାରିୟମରେ ରଖିବା ସମ୍ଭବ ହୋଇନଥାଏ । ଏହା ସହିତ ଅଧିକାଂଶ ଘରେ ଆକ୍ୱାରିୟମର ଆକାର ମଧ୍ୟ ଛୋଟ ଥାଏ ।
ତେଣୁ “କୋଇ’ ଫିସ୍ ପରିବର୍ତ୍ତେ ଆପଣ “ଗୋଲ୍ଡ୍’ ଫିସ୍ ରଖିପାରିବେ । ଏହା ଦ୍ୱାରା ଆପଣଙ୍କ ଘରେ ଶାନ୍ତି ବିରାଜମାନ କରିଥାଏ ।
ଫେଙ୍ଗସୁଇରେ ଆହୁରି ମଧ୍ୟ ମତ ରହିଛି ଯେ, ଆକ୍ୱାରିୟମ୍ରେ “ରେଡ୍ ସ୍ୱର୍ଡ’ ଓ “ବ୍ଲାକ୍ ମୋଲି ଫିସ୍’ ରଖିବା ଶୁଭ । ତେଣୁ ଯଦି ଏହି ମାଛ ରଖୁଛନ୍ତି, ତେବେ ଧ୍ୟାନ ଦିଅନ୍ତୁ ଯେପରି ମାଛ ସଂଖ୍ୟା ୮ ହେବା ଉଚିତ ।
ଦୁଇଟି ଗୋଲ୍କୁ ନେଇ ଇଂରାଜୀରେ ୮ ସୃଷ୍ଟି ହୋଇଛି । ଏହାର ଅର୍ଥ ଏହି ସଂଖ୍ୟାର ଆଦି ନାହିଁ କି ଅନ୍ତ ନାହିଁ । ଏହା ଯୋଗୁ ଆପଣଙ୍କ ଜୀବନରେ ସଫଳତା ମିଳିଥାଏ । ତେଣୁ ଯେବେ ବି ଆକ୍ୱାରିୟମରେ ମାଛ ରଖୁଛନ୍ତି, ୮ ସଂଖ୍ୟାରେ ରଖନ୍ତୁ । ଏହାଠୁ ଅଧିକ କିମ୍ବା କମ୍ କରନ୍ତୁ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ