ବାୟୁ ସେନାରେ ସାମିଲ ହେବ ଆପାଚ ହେଲିକେପ୍ଟର

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ଶତ୍ରୁକୁ କଠୋର ଯବାବ ଦେବା ପାଇଁ ଆଉ ପାଦେ ଆଗେଇଛି । ବାୟୁ ସେନାରେ ସାମିଲ ହେବ ଆପାଚ୍ ହେଲିକେପ୍ଟର । ଏଣିକି ଶତ୍ରୁ ଧମକ ଦେଲେ ସଂଗେ ସଂଗେ ଏହାର ତୁରନ୍ତ ଯବାବ ଦିଆଯିବ । ଏହି ଅତ୍ୟାଧୁନିକ ହେଲିକେପ୍ଟରକୁ ପଠାନକୋଟରେ ସାମିଲ ପାଇଁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଛି । ପଠାନକୋଟରେ ସାମିଲ କରିବେ ବାୟୁସେନା ମୁଖ୍ୟ ବିଏସ୍ ଧନୱା । ମିଳିଥିବା ଖବର ଅନୁସାରେ ୨୦୧୫ ରେ ଆମେରିକା ସରକାର ବିମାନ ନିର୍ମାଣକାରୀ କମ୍ପାନୀ ବୋଇଂ ୨୨ ଟି ହେଲିକେପ୍ଟର ଚୁକ୍ତିି କରିଥିଲେ । ଏଥ୍ô ମଧ୍ୟରୁ ଜୁଲାଇ ୨୭ ତାରିଖରେ ୪ ଟି ଆପାଚ ହେଲିକେପ୍ଟର ହସ୍ତାନ୍ତର କରିଥିଲା । ଟ୍ରେନିଂ ପାଇଁ ଗତବର୍ଷ ସେନା ଆମେରିକା ଯାଇଥିଲେ । ଚୁକ୍ତି ଅନୁଯାୟୀ ଆମେରିକା କମ୍ପାନୀ ଭାରତକୁ ଯୋଗାଇଦେବ ଆପାଚ ହେଲିକେପ୍ଟର । ସେଥି ମଧ୍ୟରୁ ୬ ଟି ଯୁଦ୍ଧ ବିମାନରେ ସଂରଞ୍ଜାମ ଖଞ୍ଜା ଯାଇଥିବାରୁ ସରକାରଙ୍କୁ ମୂଳମୁଲ୍ୟରୁ ୪ ହଜାର ଟଙ୍କା ଅଧିକ ଦେବାକୁ ପଡିଛି । ଏହି ଆପାଚ୍ ଅତ୍ୟାଧୁନିକ ହେଲିକେପ୍ଟରକୁ ଆମେରିକା ସେନା ବ୍ୟବହାର କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ