ବିଏଡିସି ସହଯୋଗରେ ୯ ଶିଶୁ ଶ୍ରମିକ ଉଦ୍ଧାର

ବାଲେଶ୍ୱର, (ସରୋଜ ପଣ୍ଡା):ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ ଅବସରରେ ସାମାଜିକ ଅନୁଷ୍ଠାନ ବିଏଡିସି ସହଯୋଗରେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରୁ ୯ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶିଶୁଙ୍କୁ କାଉନସିଲ ପାଇଁ ଜିଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି । ଜିଲା ଶ୍ରମ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିବା ଏହି ଚଢ଼ଉ କାର୍ଯ୍ୟକ୍ରମରେ ସହ-ଶ୍ରମ ଅଧିକାରୀ ଶ୍ରୀହରି ସାମଲ, ଜିଲା ଶିଶୁ ସୁରକ୍ଷା ୟୁନିଟର ଆଇନ ପରାମର୍ଶଦାତା ତଥା ପ୍ରବେସନ ଅଫିସର ମୁକ୍ତିକାନ୍ତ ପଣ୍ଡା, ବିଏଡିସି ସମ୍ପାଦକ ଗୋପାଳକୃଷ୍ଣ କର, ବର୍ଷା ମହାରଣା ଓ ସହଯୋଗୀ ମିନତୀ ପାତ୍ରଙ୍କ ସମେତ ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ପ୍ରାର୍ଥସାରଥୀ ଦାସ, ଚାଇଲ୍ଡ ଲାଇନର କାର୍ଯ୍ୟକର୍ତ୍ତା ପ୍ରଶାନ୍ତ କୁମାର ରାଉତ ଓ ଉତ୍ତମ କୁମାର ନାୟକ ପ୍ରମୁଖ ସାମିଲ ହୋଇଥିଲେ । ଉଦ୍ଧାର ଶିଶୁମାନେ ଏବେ ବାଳାଶ୍ରମରେ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ