ବିଏମସିର ଋାମଲିଙ୍ଗେଶ୍ୱର ମହୋତ୍ସବ କାହା ସ୍ୱାର୍ଥରେ: କାହ୍ନୁ ପତି

ବ୍ରହ୍ମପୁର, (ଅନିଲ କୁମାର) : କରୋନାର ଲହରୀ ପୁଣି ଦେଶ ଓ ରାଜ୍ୟକୁ ଫେରିଛି । ରାଜ୍ୟରେ ପୁଣି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଜିଲ୍ଲା ପ୍ରଶାସନକୁ ସଜାଗ ରହିବା ନେଇ ନିର୍ଦ୍ଧେଶ ଦେବା ସହ କୋଭିଡ ନିୟମକୁ କଡାକଡି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଜନସଧାରଣଙ୍କୁ ଅବଗତ ମଧ୍ୟ କରାଯାଇଛି । ତେବେ ଚଳିତ ଶିବରାତ୍ରୀରେ ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ ପରିସରରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମକୁ କିଭଳି ଅନୁମତି ଦିଆଗଲା ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କରୋନାକୁ ଦୃଷ୍ଟିରେ ରଖି କୋଭିଡ ନିୟମ ମାନି ଚଳିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଥିବା ବେଳେ ବିଏମସି ପକ୍ଷରୁ ବ୍ୟବସାୟୀକ ଦୃଷ୍ଟିରୁ ଟିକଟ ବ୍ୟବସ୍ଥା କରି ହାତକୁ ନିଆଯାଇଥିବା ଏଭଳି କାର୍ଯ୍ୟକ୍ରମକୁ ନିନ୍ଦା କରିଛନ୍ତି ବିଜେପି ପୂର୍ବତନ ଜିଲ୍ଲା ସଭାପତି ତଥା ବରିଷ୍ଠ ବିଜେପି ନେତା କାହ୍ନ ପତି । ସେ କହିଛନ୍ତି ଯେ ଆଜି ଗଞ୍ଜାମର ଐତିହ ଓ ପରମ୍ପରା ଦଣ୍ଡନାଚକୁ ଅନୁମତି ଦେବାରେ ଜିଲ୍ଲା ପ୍ରଶାସନ ତାଳଟୁଳ ନିତି ଅବଲମ୍ବନ କରୁଥିବା ବେଳେ ବିଗତ ଦିନରେ ଯେଉଁଭଳି ଅସଂଖ୍ୟ ଭିଡ ରାମଲିଙ୍ଗମ ପାର୍କରେ ହୋଇଥିଲା । ତାକୁ ନିୟନ୍ତ୍ରଣ ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ସେହିପରି କୋଭିଡ କଟକଣାକୁ ଦୃଷ୍ଟିରେ ରଖି କଳାକାରଙ୍କୁ ମଂଚକଳା ପାଇଁ ଅନୁମତି ଦିଆଯାଉନଥିବା ବେଳେ ଆଜି ସେମାନେ ନିଜର ପେଟପାଟଣା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଠିକ ଏହିି ସମୟରେ ଜିଲ୍ଲା ପ୍ରଶାସନ ଓ ବିଏମସିର ଏଭଳି ରାମଲିଙ୍ଗେଶ୍ୱର ମହୋତ୍ସବ ନାଁରେ ଟିକଟ କରି କାର୍ଯ୍ୟକ୍ରମକୁ ଆୟୋଜିତ କରିବା ହିଟଲର ଶାସନର ନିଚ୍ଛକ ଉଦାହରଣ ବୋଲି ପ୍ରମାଣିତ ହୋଇଛି । ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଜନଗହଳି ଲାଗୀ ରହିବ । ତେବେ ଏହା କରୋନାକୁ ଆମନ୍ତ୍ରଣ କରିବନି କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ଶ୍ରୀ ପତି । ଏଣୁ ପ୍ରକୃତରେ ଯଦି ଜିଲ୍ଲାରେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ନାହିଁ ବୋଲି ପ୍ରଶାସନ ଅନୁଭବ କରୁଛି ତାହେଲେ ତୁରନ୍ତ ମଂଚ କଳାକାର ଓ ଦଣ୍ଡ ନାଚକୁ ମଧ୍ୟ ଅନୁମତି ପ୍ରଦାନ କରାଯାଉ । ନଚେତ ବୁଝିବାକୁ ହେବ ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ