ବିଏମ୍ଡବ୍ଲ୍ୟୁ ପକ୍ଷରୁ କଷ୍ଟ୍ ଅଫ୍ ସର୍ଭିସ୍ ଘୋଷିତ

ନୂଆଦିଲ୍ଲୀ, (ଏଜେନ୍ସି): ବିଏମ୍ଡବ୍ଲ୍ୟୁ ଇଣ୍ଡିଆ ପକ୍ଷରୁ ଭାରତରେ ଏହାର ଗ୍ରାହକଙ୍କ ନିମନ୍ତେ ଆକର୍ଷଣୀୟ କଷ୍ଟ ଅଫ ସର୍ଭିସ ଘୋଷଣା କରାଯାଇଛି । ବିଏମ୍ଡବ୍ଲ୍ୟୁ ସର୍ଭିସ ଇନକ୍ଲ୍ୟୁସିଭ୍ ପ୍ୟାକେଜ୍ ବର୍ତ୍ତମାନ ସମସ୍ତ ବିଏମ୍ଡବ୍ଲ୍ୟୁ ଗାଡ଼ି ଶୃଙ୍ଖଳା ପାଇଁ ଉକ୍ତୃଷ୍ଟ ମାଲିକତ୍ୱ ଅନୁଭୂତି ପ୍ରଦାନ କରୁଛି । ବିଏମ୍ଡବ୍ଲ୍ୟୁ ସର୍ଭିସ ଇନକ୍ଲ୍ୟୁସିଭ୍ ପ୍ୟାକେଜ୍ ପ୍ରଦାନ କରୁଥିବା ସେବାର ମୂଲ୍ୟ ପେଟ୍ରୋଲ ଭାରିଆଣ୍ଟରେ ପ୍ରତି କିଲୋମିଟର ପିଛା ସର୍ବନିମ୍ନ ୯୭ ପଇସା ଏବଂ ଡ଼ିଜେଲ ଭାରିଆଣ୍ଟ ପାଇଁ ପ୍ରତି କିଲୋମିଟର ପିଛା ସର୍ବନିମ୍ନ ୧.୩୮ଟଙ୍କା ରହିଛି । ଅତିରିକ୍ତ ଭାବେ ଅନ୍ୟ ସର୍ଭିସ ପ୍ୟାକେଜ୍ଗୁଡ଼ିକର ମୂଲ୍ୟ ୫୦% ପର୍ଯ୍ୟନ୍ତ ହ୍ରାସ କରାଯାଇଛି । ଗ୍ରାହକମାନେ ଏକ ବିସ୍ତୃତ ପ୍ରକାରର ସେବା ଯୋଜନା ମଧ୍ୟରୁ ଚୟନ କରିପାରିବେ । ଯାହାକି ସେମାନଙ୍କ ପସନ୍ଦର ସମୟ ଏବଂ ମାଇଲେଜ୍ ଅନୁଯାୟୀ ରହିବ । ବିଏମ୍ଡବ୍ଲ୍ୟୁ ସର୍ଭିସ ଇନକ୍ଲ୍ୟୁଜିଭ୍ ସମସ୍ତ ନିୟମିତ ମେଣ୍ଟେନାନ୍ସ କାମ ଯେପରିକି ଗାଡ଼ି ଯାଞ୍ଚ ଏବଂ ଷ୍ଟାଣ୍ଡାର୍ଡ଼ ସ୍କୋପସ, ଇଞ୍ଜିନ ଅଏଲ ସେବା, ଇଞ୍ଜିନ ଅଏଲ ସର୍ଭିସ/ରିପ୍ଲେସମେଣ୍ଟ, ଏୟାର ଫିଲଟରର ରିପ୍ଲେସମେଣ୍ଟ, ଫୁଏଲ ଫିଲଟର, ମାଇକ୍ରୋ ଫିଲଟର, ସ୍ପାର୍କପ୍ଲଗସ ଏବଂ ବ୍ରେକଫ୍ଲ୍ୟୁଡ଼୍ ପ୍ରଭୁତି ଅନ୍ତର୍ଭୂକ୍ତ । ଏହି ପରିପ୍ରେକ୍ଷୀରେ ବିଏମ୍ଡବ୍ଲ୍ୟୁ ଗ୍ରୁପ୍ ଇଣ୍ଡିଆର ପ୍ରେସିଡ଼େଣ୍ଟ ଡ଼ଃ. ହଂସ-ଖ୍ରିଷ୍ଟିଆନ ବେର୍ଟେଲସ କହିଛନ୍ତି ଯେ ଏକ ବିଳାସମୟ କାର କ୍ରୟ କରିବା ନିଷ୍ପତ୍ତି ଉତ୍ପାଦର ଗୁଣବତ୍ତା ଏବଂ ସେବାର ମୂଲ୍ୟ ଉପରେ ନିର୍ଭର କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ