ନୋକିଆ ୬.୧ ପ୍ଲସ୍, ୨.୧ ଓ ୧ ପୂର୍ବାପେକ୍ଷା ଆହୁରି ସହଜ

ନୂଆଦିଲ୍ଲୀ, (ଏଜେନ୍ସି): ନୋକିଆ ଫୋନ୍ଗୁଡ଼ିକର ହୋମ୍, ଏଚ୍ଏମ୍ଡ଼ି ଗ୍ଲୋବାଲ ପକ୍ଷରୁ ବର୍ତ୍ତମାନ ନୋକିଆ ୬.୧ ପ୍ଲସ୍ (୬/୬୪ ଜିବି ଭାରିଆଣ୍ଟ), ନୋକିଆ ୨.୧ ଏବଂ ନୋକିଆ ୧ ଭାରତର ପ୍ରଶଂସକମାନଙ୍କ ପାଇଁ ପୂର୍ବାପେକ୍ଷା ଆହୁରି ସହଜ ହୋଇଛି । ନୋକିଆ ୬.୧ ପ୍ଲସ୍ (୬/୬୪ ଜିବି ଭାରିଆଣ୍ଟ) ବର୍ତ୍ତମାନ ଅନୁମୋଦିତ ହୋଇଥିବା ସର୍ବୋତ୍କୃଷ୍ଟ କ୍ରୟମୂଲ୍ୟ ୧୬,୯୯୯ ଟଙ୍କାରେ ଉପଲବ୍ଧ । ଗ୍ରାହକମାନେ ନୋକିଆ୨.୧ ଅନୁମୋଦିତ ହୋଇଥିବା ସର୍ବୋତ୍କୃଷ୍ଟ କ୍ରୟମୂଲ୍ୟ ୫,୪୯୯ ଟଙ୍କାରେ ଏବଂ ନୋକିଆ ୧ ଏକ ଅନୁମୋଦିତ ହୋଇଥିବା ସର୍ବୋତ୍କୃଷ୍ଟ କ୍ରୟମୂଲ୍ୟ ୩,୯୯୯ ଟଙ୍କାରେ କିଣିପାରିବେ । ସମସ୍ତ ଫୋନଗୁଡ଼ିକ ଭାରତର ସମସ୍ତ ପ୍ରମୁଖ ମୋବାଇଲ୍ ରିଟେଲର୍ମାନଙ୍କ ନିକଟରେ ଏବଂ ନୋକିଆ.କମ୍/ଫୋନ୍ସରେ ଉପଲବ୍ଧ ହେବ । ଉଚ୍ଚ ହାରଯୁକ୍ତ ନୋକିଆ ୬.୧ ପ୍ଲସ୍ ସମକାଳୀନ ରୂପରେଖ, ଏକ ଅଲ୍ ସ୍କ୍ରିନ୍ ଡିଜାଇନ୍, ଆକର୍ଷଣୀୟ କାରୁକାର୍ଯ୍ୟ ଓ ଅବିରତ କାର୍ଯ୍ୟଦକ୍ଷତା ପ୍ରଦାନ କରୁଛି । ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ଼ ୯ ପାଇ ସହିତ ଅପ୍ଡେଟ୍ ଥିଲା । ଏହି ଅତ୍ୟାଧୁନିକ ଅପରେଟିଂ ସିଷ୍ଟମ୍ ଗ୍ରାହକମାନଙ୍କୁ ଗୁଗଲ୍ରୁ ଅତ୍ୟାଧୁନିକ ଓ ସ୍ୱତନ୍ତ୍ର ବୈଶିଷ୍ଟଗୁଡ଼ିକ ପ୍ରଦାନ କରୁଛି । ଯେପରିକି ଆପ୍ ଆକ୍ସନ ଓ ଡିଜିଟାଲ୍ ୱେଲ୍ବିଂ । ଆଣ୍ଡ୍ରଏଡ଼ ଓରିଓ (ଗୋ ସଂସ୍କରଣ) ଉପରେ ଏକ ଆକର୍ଷଣୀୟ ଅନୁଭୁତି ପ୍ରଦାନ କରି ନୋକିଆ ୧ ପ୍ରଥମ ଥର ପାଇଁ ୪ଜି ସ୍ମାର୍ଟଫୋନ୍ ବ୍ୟବହାରକାରୀମାନଙ୍କ ପାଇଁ ଆକର୍ଷଣୀୟ ବୈଶିଷ୍ଟ୍ୟ ଆଣୁଛି । ୱାର୍ମ ରେଡ଼ ଓ ଡାର୍କ ବ୍ଲ୍ୟୁରେ ଉପଲବ୍ଧ ନୋକିଆ ୧ରେ ଏକ୍ସପ୍ରେସ୍ କଭରଗୁଡ଼ିକ ବିଭିନ୍ନ ଭ୍ୟାରିଆଣ୍ଟ ରଙ୍ଗଗୁଡ଼ିକ ସହିତ ଆସୁଛି । ଭାରତରେ ୨୦୧୮ରେ ନୋକିଆ ୧ ସର୍ବାଧିକ ବିକ୍ରି ହୋଇଥିବା ସ୍ମାର୍ଟଫୋନ୍ ଏବଂ ସାରା ଦେଶରେ ଏହା ଲଗାତାର ଭାବେ ପ୍ରଶଂସକମାନଙ୍କ ଦ୍ୱରା ଆଦୃତ ହୋଇଆସୁଛି । ଗ୍ରାହକମାନେ ୨୦ ଏପ୍ରିଲ ପର୍ଯ୍ୟନ୍ତ ଇଏମ୍ଆଇ କ୍ରୟରେ ଏଚଡ଼ିଏଫସି ବ୍ୟାଙ୍କ କ୍ରେଡ଼ିଟ ଏବଂ ଡ଼େବିଟ୍ କାର୍ଡ ମାଧ୍ୟମରେ ନୋକିଆ ୮ ସିରୋକୋ, ନୋକିଆ ୮.୧ (୬ଜିବି/୧୨୮ ଜିବି କିମ୍ବା ୪ଜିବି/୬୪ ଜିବି), ନୋକିଆ ୭.୧ (୪ଜିବି/୬୪ ଜିବି), ନୋକିଆ ୬.୧ ପ୍ଲସ (୬ଜିବି/୬୪ ଜିବି), ନୋକିଆ ୫.୧ ପ୍ଲସ୍ (୬ଜିବି/୬୪ ଜିବି କିମ୍ବା ୪ ଜିବି/୬୪ ଜିବି) ଏବଂ ନୋକିଆ ୮୧୧୦ କ୍ରୟରେ ୧୫% କ୍ୟାସବ୍ୟାକ୍ ଅଫର ପାଇପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ