ବିଏସଏଫ ଯବାନ ଯଦୁମଣିଙ୍କ ଅକାଳ ବିୟୋଗ, ଗ୍ରାମରେ ଶୋକାକୁଳ ପରିବେଶରେ ଗାର୍ଡଅଫ ଅନର ସହ ଶେଷକୃତ୍ୟ ସମ୍ପର୍ଣ୍ଣ

ହାଟଡ଼ିହି,(ବିକାଶ କୁମାର ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ମରେଇଗାଁ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଯଦୁମଣି ତ୍ରିପାଠୀ(୫୨)ଙ୍କ ଅକାଳ ବିୟୋଗ ଘଟିଛି। ସ୍ବର୍ଗତ ଯଦୁମଣି ବିଏସଏଫ ରେ ରେଡ଼ିଓ ଅପରେଟର ଇନ୍ସପେକ୍ଟର ଭାବେ ୧୯୮୭ ମସିହାରୁ କାର୍ଯ୍ୟ କରିଆସୁଥିଲେ। ସେ ଦେଶର ବିଭିନ୍ନ ସୀମାରେ କାର୍ଯ୍ୟ କରିଥିବା ବେଳେ ସେ ହଠାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଗତ ୩୦ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାକେନ୍ଦ୍ର, ପରେ ଏମସ ଓ ସେଠାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରା ଯାଇଥିଲା। ମାତ୍ର ଗତ କାଲି ତାଙ୍କର ପରଲୋକ ଘଟିଥିଲା। ବିଏସଏଫ ଡେପୁଟି କମାଣ୍ଡର ଅମର କୁମାର ଙ୍କ ନେତୃତ୍ୱରେ ତାଙ୍କ ମର ଶରୀରକୁ ତାଙ୍କ ନିଜ ଗ୍ରାମ ଜଗନ୍ନାଥପୁର କୁ ଅଣାଯାଇ ଶୋକାକୁଳ ପରିବେଶରେ ଗାର୍ଡଅଫ ଅନର ଦିଆଯାଇ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା। ତାଙ୍କର ବିଧବା ସ୍ତ୍ରୀ ଓ ଦୁଇଟି ପୁଅ ଅଛନ୍ତି। ତାଙ୍କ ଶେଷକୃତ୍ୟ ସମୟରେ ବସନ୍ତିଆ ସରପଞ୍ଚ ଶିବ ଦାସ, ନନ୍ଦିପଦା ଥାନା ଅଧିକାରୀ ମଦନ ନାୟକ ବନ୍ତ ଥାନାର କର୍ମଚାରୀ ସମୂହ, ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ମହେନ୍ଦ୍ର କୁମାର ପଲତା, ଗୋପବନ୍ଧୁ ସୁଆର, ଗୋପୀନାଥ ଜେନା, ସନ୍ତୋଷ ସୁଆର, ପ୍ରଭାକର ସ୍ୱାଇଁ, କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ସମସ୍ତ ଗ୍ରାମବାସୀ ଓ ଆଖପାଖ ଅଂଚଳର ଲୋକମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ