ବିକଶିତ ରାଷ୍ଟ୍ରର ପ୍ରାଣ ସ୍ପନ୍ଦନ ହିଁ ସାହିତ୍ୟ :ବିଧାୟକ ଶଶୀଭୂଷଣ
କେନ୍ଦ୍ରାପଡା : ଓଡିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ “ଆମ ଗାଁ ଆମ ସାହିତ୍ୟ”ର ଉଦଭାଷନ ହୋଇଥିଲା ସ୍ଥାନୀୟ ଇନ୍ଦୁପୁରସ୍ଥିତ ବିରୂପା ମହାବିଦ୍ୟାଳୟ ପରିସରରେ । ସାହିତ୍ୟ ଏକାଡେମୀର ସଦସ୍ୟ ଡଃ.ବାସୁଦେବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାରସ୍ୱତ ସମାବେଶକୁ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଉଦଘାଟନକରି କହିଥିଲେ କବି ସାହିତ୍ୟିକମାନେହିଁ ଏକ ପରିମାର୍ଜିତ ଓ ସଂସ୍କୃତ ସମାଜ ଗଠନର ସ୍ରଷ୍ଠା ପୁରୁଷ ବୋଲି ମତବ୍ୟକ୍ତ କରିଥିଲେ । ସାହିତ୍ୟ ,ସମ୍ବାଦ,ରାଜନୀତିର ତ୍ରିବେଣୀ ସଂଗମରୁ ସୃଷ୍ଟ ନିର୍ଯ୍ୟାସ ହିଁ ସମାଜର କଲ୍ୟାଣ କରିପାରିବ ଏବଂ ଗୋଟିଏ ବିକଶିତ ରାଷ୍ଟ୍ରର ପ୍ରାଣ ସ୍ପନ୍ଦନ ହିଁ ସାହିତ୍ୟ ବୋଲି ଅବିହିତ କରିଥିଲେ । ମୁଖ୍ୟବକ୍ତା ବାବେ ବିଶିଷ୍ଟ ଶିକ୍ଷାବୀତ ପ୍ରାଧ୍ୟାପକ ନନ୍ଦକିଶୋର ପରିଡା,ପ୍ରାଧ୍ୟାପକ ଡଃ.ସଂଗ୍ରାମ କେଶରୀ ରାଉତ ସମୀକ୍ଷକ,କବି ନିରାକର ଦାସ ଓ ମହା ବିଦ୍ୟାଳୟ ଅଧ୍ୟକ୍ଷ ଅଭିଜିତ ବୋଷ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଲୋକ ସାହିତ୍ୟ ଓ ସଂସ୍କୃତିର ସ୍ଥିତି,ପ୍ରଗତି ଓ ଭବିଷ୍ୟତ ଉପରେ ସନ୍ଦର୍ଭ ରେଖାପାତ କରିଥିଲେ । ଆଶୁକବି ହେମନ୍ତ ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭାବଗ୍ରାହୀ କଳା ନିକେତନର ସମ୍ପାଦକ ବିମଳ ପ୍ରସାଦ ପରିଡାଙ୍କ ନିର୍ଦେଶନାରେ ବନ୍ଦେ ଉତ୍କଳ ଜନନୀ ଓ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିବା ବେଳେ ଯୁବନେତା ଆଲୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ନରେ ପ୍ରାଧ୍ୟାପିକା ସଙ୍ଘମିତ୍ରା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ସମ୍ମାନୀତ ଅତିଥି ଭାବେ କବି କରୁଣାକର ଦାସ,ଗୀତିକବି ଡଃ.ନାରାୟଣ ପ୍ରସାଦ ଜେନା, ଶିକ୍ଷକ ଶୁଭାଂଶୁ କୁମାର ଦାସ, କଥାକାର ରାମକୃଷ୍ଣ ଦାଶ ପ୍ରମୁଖ ଯୋଗଦେଇ ଆଜିର କବିତାର ସ୍ୱର ଉପରେ ଆଲୋଚନା କରିଥିଲେ । କବି ଡଃ.ଚାରୁଲତା ଭୂୟାଁ,ଅନସୂୟା ମିଶ୍ର,ଆରାଧନା ଦାଶଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ୬୦ରୁ ଉର୍ଦ୍ଧ୍ୱ କବି ସୂରଚିତ କବିତା ପାଠକରିଥିଲେ । କବି ଅଶୋକ କୁମାର ସାହୁ ଅତିଥି ପରିଚୟ,ଦାରାବାଦକ ଗୋଲଖ ଚନ୍ଦ୍ର ସେଠୀ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିବା ବେଳେ ଆଶୁକବି ହେମନ୍ତ ଜେନା ଅଭିନନ୍ଦନିକା କବିତା ଆଧାରରେ କବିତା ପାଠ ଆରମ୍ଭ କରିଥିଲେ । କବି ସୁରେନ୍ଦ୍ର କୁମାର ବେହେରା,ଆଦିକନ୍ଦ ରାଉଳ,ଫକିର ଚରଣ ଓଝା,ଶରତ କୁମାର ରାଉତ,ରଞ୍ଜନ କୁମାର ବାଇ,କବିତା ମୁଦୁଲି,ସଞ୍ଜୟ କୁମାର ମଥାନ,ପ୍ରଭାସ ଚନ୍ଦ୍ର ଜେନା,ମୋହନ ସାହୁ,ଅଜୟ ପାତ୍ର, ଅଭୟା ମହାନ୍ତି,ପ୍ରତିଭା ଦାସ,ହିମାଂଶୁ ରାଉତ,ମଦନମୋହନ ସ୍ୱାଇଁ,ସୁରେଶ ବାଇ,ଶ୍ରଦ୍ଧାକର ବେହେରା,ବସନ୍ତ ପରିଡା,ଯାମିନୀ ଦାସ,ଭୀଷ୍ମକେତନ ପରିଡା,ଶଶୀକାନ୍ତ ଦାସ,ପଦ୍ମିନୀ ପାତ୍ର,ଅର୍ଜୁନ ଓଝା,କୁଞ୍ଜବିହାରୀ ସ୍ୱାଇଁ,ଟିଟିକାନ୍ତ ମହାନ୍ତି ପ୍ରମୁଖ କବିତା ପାଠ କରିଥିଲେ ।