ବିକାଶ ଠାରୁ ବହୁ ଦୂରରେ ଶିଆଳିଲଟି ଓ ପୁରୁଣା ପାଣି ପଞ୍ଚାୟତ

ରା. ଉଦୟଗିରି, (ଯୁଗାବ୍ଦ ନ୍ୟୁଜ) : ବିକାଶ ଠାରୁ ବହୁ ଦୂରରେ ରହିଛି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଅନ୍ତର୍ଗତ ଶିଆଳିଲଟି ଓ ପୁରୁଣା ପାଣି ପଞ୍ଚାୟତ । ବିକାଶ ଠାରୁ ବହୁ ଦୂରରେ ଥିବା ଏହି ଗ୍ରାମବାସୀମାନେ ବର୍ଷ ବର୍ଷ ଧରି ସରକାରୀ କଳ ଓ ରାଜନୈତିକ ଦଳର ବଡ଼ ମୁଣ୍ଡ ଦେଖି ନାହାନ୍ତି କି ବୁଝି । ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। କୋଟି କୋଟି ଟଙ୍କାର ଅନୁଦାନ ଓ ଯୋଜନା ପ୍ରଣୟନ କାହା ସ୍ୱାର୍ଥରେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ଶିଆଳିଲଟି ଓ ପୁରୁଣା ପାଣି ପଞ୍ଚାୟତର ସରେ, ଅଲରା, ଗାଦା ପାଣି, ଗାଦଟ, ଅତାର ସାହି, ରୁବାଲ୍, ତାଲାତରି, ପିଆଶାଳ, ଲାଞ୍ଜା, ଡିମ୍ବିରି ଡିହ, ଓ ବାଦପୂର୍ ସରକାରୀ ସୁବିଧାରୁ ବଂଚିତ ଇତ୍ୟାଦି ଅଞ୍ଚଳ। ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳ ମାନଙ୍କରେ ବିକାଶର ଧାରା ବଜାୟ ରଖିବାକୁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯୋଜନା ଉପରେ ଯୋଜନା ଗଢି ଚାଲିଛନ୍ତି। ଉକ୍ତ ଗ୍ରାମ ଗୁଡ଼ିକ ଯେଉଁଥିରେ କି ଦୟୀନନ୍ଦିନ ଚଳନି ଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ବିଦ୍ୟୁତ୍ ଭଳି ଯୋଜନା ସାତ ସପନ ହେଉଥିବା ବେଳେ କୃଷି ଉନ୍ନୟନ ମୂଳକ କାର‌୍ୟ୍ୟ କେବଳ ପ୍ରତିଶୃତି ଓ କାଗଜ କଲମରେ ଥିବା ଜଣାପଡିଛି। ଦୀର୍ଘ ବର୍ଷ ଧରି ସମସ୍ୟାର ସମାଧାନ ଲାଗି ପ୍ରଶାସନିକ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି। ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳ ମାନଙ୍କରେ ବସବାସ କରୁଥିବା ଲୋକଙ୍କ ସମସ୍ୟାର ସମାଧାନ ଲାଗି ବିକାଶର ଧାରା ଜାରି ରହିଥିବାବେଳେ ସରକାରୀ କର୍ମଚାରୀ, ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଙ୍କ ଚକ୍ରାନ୍ତ ର ଶିକାର ହୋଇ ଉପରୋକ୍ତ ଗ୍ରାମବାସୀ ସମସ୍ତ ଯୋଜନାରୁ ବଞ୍ଚିତ ରହିଥିବା ତଥା ଯୋଜନା ବାଟ ମାରାନା ହେଉ ଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସମାଜର କଲ୍ୟାଣ ନିମନ୍ତେ ଓ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ସରକାର ଓ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୀର୍ଘ ବର୍ଷ ଧରି ଉପରୋକ୍ତ ଗ୍ରାମ ମାନଙ୍କରେ ବିଭିନ୍ନ ପ୍ରକାର ସମସ୍ୟା ଲାଗିରହିଥିଲେ ସୁଦ୍ଧା ବର୍ଷା ଦିନେ ଉକ୍ତ ଗ୍ରାମ ଗୁଡ଼ିକ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହୁଛନ୍ତି ଦୁର୍ଗମ ଓ ଅପହଞ୍ଚରେ ଲୋକ ମାନେ ପରିଚିତ ଥିବା ଏହି ସବୁ ଗ୍ରାମ ଗୁଡ଼ିକ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। ଗୁରୁତର କିମ୍ବା ଜରୁରୀ କାଳୀନ ରୋଗୀଙ୍କୁ ଜଙ୍ଗଲି ଘାଟି ରାସ୍ତାରେ ଖଟିଆରେ ବୁହା ହୋଇ ଗଞ୍ଜାମ ଜିଲ୍ଲାର ଖମ୍ବାରି ଗ୍ରାମ କିମ୍ବା ଦିଗପହଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରକୁ ପ୍ରାୟ ୧୫ କିମି ବଣ ଜଙ୍ଗଲ ମଧ୍ୟରେ ଉପରୋକ୍ତ ଗ୍ରାମ ମାନଙ୍କରେ ଅଙ୍ଗନବାଡ଼ି କେନ୍ଦ୍ର ଟିଏ ମଧ୍ୟ ନାହି ଅପରିଷ୍କାର ପରିବେଶ ମଧ୍ୟରେ ଜୀବନ ସହ ସଂଗ୍ରାମ କରୁଥିବା ଏହି ଗ୍ରାମ ବାସୀ ରୋଜଗାର ଏବଂ କାମ ଅଭାବରୁ ପେଟ ପାଟଣା ପାଇ ଗା ଛାଡି ଦାଦନ ଖଟିବାକୁ ଯାଉଛନ୍ତି ଯୁବଗୋଷ୍ଠୀ। ଦୀର୍ଘ ବର୍ଷ ଧରି ଏହି ସବୁ ଗ୍ରାମ ମାନଙ୍କରେ ବିଭିନ୍ନ ପ୍ରକାର ସମସ୍ୟା ଲାଗିରହିଥିଲେ ସୁଦ୍ଧା କୌଣସି ପ୍ରକାର ଉନ୍ନତି ଘଟୁନଥିବା ତଥା ଜେଉ ସମସ୍ୟାକୁ ସେଇ ସମସ୍ୟା ଭୋଗ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ପରିକି ଗା ସମସ୍ୟା ଦୂରର କଥା ଥରେ ମାତ୍ର କୌଣସି ସ୍ଥାନୀୟ ନେତା କି ପ୍ରଶାସନିକ ଅଧିକାରୀମାନେ ଏହି ଗ୍ରାମ ମାନଙ୍କୁ ଥରେ ଆସି ବୁଲିକରି ଯାଆନ୍ତୁ। ଆମେ କିପରି ଅଛୁ, ସାମାଜିକ ବ୍ୟବସ୍ଥା କିପରି ପକୃତ୍ ବାସ୍ତବତା କୁ ସେମାନେ ଅନୁଭବ କରନ୍ତୁ ବୋଲି ସେମାନେ ମତ ପ୍ରକାଶ କରିବା ସହ ସରକାରୀ ଯୋଜନା ବିକାଶ ତଥା ନିର୍ବାଚନ ପୂର୍ବରୁ ନେତାଙ୍କ ପ୍ରତିଶୃତି କେତେଦୂର ଏହି ସବୁ ଗ୍ରାମ ମାନଙ୍କରେ ପାଳନ କରିଛନ୍ତି ଓ ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କିଭଳି ଉଦ୍ୟମ କରାଯାଉଛି ତାହା ଆସନ୍ତା ଦିନ ମାନଙ୍କରେ ଜଣା ପଡ଼ିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ