ରିଲିଜ୍ ହୋଇପାରିନି ଶାହିଦ କପୁରଙ୍କ ୪ଟି ଦମଦାର ଫିଲ୍ମ

ଶାହିଦ କପୁରଙ୍କ ୪ଟି ବଡ଼ ଫିଲ୍ମ ଆଜି ଯାଏଁ ରିଲିଜ ହୋଇପାରିନାହିଁ । ଯଦି ଏହି ଫିଲ୍ମଗୁଡ଼ିକ ରିଲିଜ ହୋଇଥାଆନ୍ତି ତେବେ ସୁପରହିଟ୍ ହୋଇଥାଆନ୍ତା । ତେବେ ଆସନ୍ତୁ ଜାଣିବା ଏହି ଫିଲ୍ମଗୁଡ଼ିକ ବିଷୟରେ ।
୧. କହିଁ ତୋ ମିଲେଗି : ଏହି ଫିଲ୍ମର ନିର୍ଦେଶନା ବବି ଖାନ୍ କରିଥିଲେ । ଏହି ଫିଲ୍ମରେ ମୁଖ୍ୟ ନାୟକ ଭାବେ ଶାହିଦ କପୁରଙ୍କୁ ନିଆଯିବାର ଥିଲା । ଏହି ଫିଲ୍ମକୁ ଦକ୍ଷିଣ ଆଫ୍ରିକାରେ ସୁଟିଂ କରାଯିବାର ଥିଲା । କିନ୍ତୁ ପରେ କୌଣସି କାରଣବଶତଃ ଏହି ଫିଲ୍ମକୁ ଅଧାରୁ ବନ୍ଦ କରି ଦିଆଯାଇଥିଲା ।
୨. ୟହାଁ କେ ହମ୍ ସିକନ୍ଦର : ଏହି ଫିଲ୍ମରେ ବଲିଉଡ ଅଭିନେତା ଶାହିଦ କପୁରଙ୍କ ସହ ଜନ୍ ଆବ୍ରାହମ ମଧ୍ୟ ନଜର ଆସିଥାଆନ୍ତେ । ଏହି ଫିଲ୍ମର କାହାଣୀ ଖେଳ ଉପରେ ଆଧାରିତ ଥିଲା । ଏହି ଫିଲ୍ମର ନିର୍ଦ୍ଦେଶନା ଅହମଦ ଖାନ୍ କରିବାର ଥିଲା । ଏହି ଫିଲ୍ମର ଷ୍ଟାର କାଷ୍ଟ ଫାଇନାଲ ହେବା ପରେ ମଧ୍ୟ ଏହି ଫିଲ୍ମ ରିଲିଜ ହୋଇପାରିନଥିଲା ।
୩. ହୀର ରାଞ୍ଝା : ଏହି ବଲିଉଡ ଫିଲ୍ମ ସାବିର ଖାନଙ୍କ ନିର୍ମାଣ କରାଯିବାର ଥିଲା । ଏହି ଫିଲ୍ମରେ ଦୀପିକା ଏବଂ ଶାହିଦ ମୁଖ୍ୟ ଭୂମିକାରେ ଅଭିନୟ କରିଥାଆନ୍ତେ । କିନ୍ତୁ ଏହି ଫିଲ୍ମ ବନ୍ଦ ହେବା ପଛରେ ଥିବା କାରଣ ଆଜି ଯାଏଁ ଜଣା ପଡ଼ିପାରିଲା ନାହିଁ ।
୪. ଚାରୁ ଲତା : ବଲିଉଡ ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲି “ଚାରୁଲତା’ ନାମକ ଏକ ବଡ଼ ଫିଲ୍ମ ନିର୍ମାଣ କରିବାର ଥିଲା । ଏହି ଫିଲ୍ମରେ ଶାହିଦ କପୁରଙ୍କ ସହ ରାଣୀ ମୁଖାର୍ଜୀ ଅଭିନୟ କରିଥାଆନ୍ତେ । ଯଦି ଏହି ଫିଲ୍ମ ରିଲିଜ ହୋଇଥାଆନ୍ତା ତେବେ ବକ୍ସ ଅଫିସରେ ଏହା ନୂଆ ରେକର୍ଡ଼ କରିଥାଆନ୍ତା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ