ବିକାଶ ମୂଳକ କାର୍ଯ୍ୟରେ ଗଜପତି ଜିଲ୍ଲା ଦେଶର ଶୀର୍ଷ ସ୍ଥାନରେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କେନ୍ଦ୍ର ନିତି ଆୟୋଗଙ୍କ ତଥ୍ୟ ଅନୁସାରେ ଡିସେମ୍ବର ୨୦୨୦ ସୁଦ୍ଧା କାର୍ଯ୍ୟଦକ୍ଷତାକୁ ଅନୁକରଣ କରାଯାଇ ଭିତ୍ତିଭୂମୀ ବିକାଶ କ୍ଷେତ୍ରରେ ଦେଶର ଶୀର୍ଷ ସ୍ଥାନରେ ରହିଛି ଗଜପତି ଜିଲ୍ଲା । ପ୍ରତିମାସର ଆକଳନ ଅନୁସାରେ ସାରା ଦେଶରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମ୍ପାଦନକୁ ନେଇ ତଥ୍ୟ ପ୍ରକାଶ ପାଇଥାଏ । ଏହି ତଥ୍ୟ ୨୦୨୦ ଡିସେମ୍ବର ମାସର କାର୍ଯ୍ୟ ଦକ୍ଷତାକୁ ଆକଳନ କରି ଓଡିଶାର ୨ଗୋଟି ଜିଲ୍ଲା ମଧ୍ୟରୁ ଗଜପତି ଡେଲ୍ଟା ର‌୍ୟାକିଂରେ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ କୋରାପୁଟ ଜିଲ୍ଲା ପଞ୍ଚମ ସ୍ଥାନରେ ରହିଛି । ଜିଲ୍ଲାରେ ବିଶେଷ ଭାବେ ପ୍ରଧାମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ଗୃହ ନିର୍ମାଣ ପ୍ରକଳ୍ପ ଏବଂ ସାଧାରଣ ସେବା ଓ ଗ୍ରାମାଞ୍ଚଳରେ ଇଣ୍ଟରନେଟ ସେବା ଆଦିରେ ଉଲ୍ଲେଖନୀୟ ଅବଦାନ ପାଇଁ “ଆକାଂକ୍ଷା” ଜିଲ୍ଲାଭାବେ ତାଲିକା ପ୍ରକାଶ ପାଇଥାଏ । ଏହି ତାଲିକାରେ ଗଜପତି ଜିଲ୍ଲା ଶୀର୍ଷରେ ରହିଥିବାରୁ ଅଧିନସ୍ଥ କର୍ମଚାରୀ ମାନଙ୍କୁ ଜିଲ୍ଲାପାଳ ଅନୁପମ ସାହା ଧନ୍ୟବାଦ ଜଣାଇଥିବା ଜଣାପଡିଛି । ଗଜପତି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମରେ ଧାର୍ଯ୍ୟ ଲକ୍ଷ୍ୟର ୮୮.୫୩ ପ୍ରତିଶତ କାମ ସରିଥିବାବେଳେ ଜନସେବା କେନ୍ଦ୍ର ସ୍ଥାପନରେ ଧାର୍ଯ୍ୟ ଲକ୍ଷ୍ୟର ୭୦.୪୭ ପ୍ରତିଶ ନିର୍ମାଣ ହୋଇଛି । ସେହିପରି ଇଣ୍ଟରନେଟ୍ ସେବା ଯୋଗାଇବା କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟର ୩୧.୫୪ ପ୍ରତିଶତ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରିବାରେ ଧାର୍ଯ୍ୟ ଲକ୍ଷ୍ୟର ୩୩.୧୯ ପ୍ରତିଶ କାର୍ଯ୍ୟ ହୋଇଥିବାରୁ ନୀତି ଆୟୋଗ ଏହି ର‌୍ୟାକିଂ ପ୍ରଦାନ କରିଥିବା ଜିଲ୍ଲାପାଳ ଶ୍ରୀ ସାହା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ