ବିକ୍ରମଦେବ ବିଶ୍ବବିଦ୍ୟାଳୟର ଦ୍ବିତୀୟ ପ୍ରତିଷ୍ଠା ଉତ୍ସବ ପାଳନ
ଜୟପୁର,(ହେମନ୍ତ ପାଣଗ୍ରାହୀ) : ଜୟପୂର ବିକ୍ରମଦେବ ବିଶ୍ବବିଦ୍ୟାଳୟ ଦ୍ବିତୀୟ ପ୍ରତିଷ୍ଠା ଦିବସ ଆଜି ତା ୨ ଫେବୃଆରୀ ୨୦୨୫ ଖରେ ପାଳିତ ହୋଇଯାଇଛି। ରେଜିଷ୍ଟର ରଞ୍ଜନ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଦେବୀ ପ୍ରସାଦ ମିଶ୍ର,ମୁଖ୍ୟ ବକ୍ତା ଭାବେ ପ୍ରଫେସର ଜୟନ୍ତ କୁମାର ମହାପାତ୍ର ଯୋଗ ଦେଇ ତାଙ୍କ ଅଭିଭାଷଣରେ କହିଥିଲେ ଯେ ସେ ନିଜେ ଏହି ଶିକ୍ଷାନୁଷ୍ଠାନ ର ଛାତ୍ର ଥିଲେ। ଏବଂ ଏହି ଅନୁଷ୍ଠାନରେ ପ୍ରଫେସର ରୂପେ କିଛି ମାସ କାର୍ଯ୍ୟ କରିଥିଲେ। ସେ ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ ର କୁଳପତି ଥିବା ସମୟରେ ବିକ୍ରମ ଦେବ ମହାବିଦ୍ୟାଳୟକୁ ଗ୍ରେଡ ୱାନ୍ ରେ ପରିଣତ କରିବାରେ ମୂଖ୍ୟ ଭୂମିକା ନିଭାଇ ଥିଲେ। ମୁଖ୍ୟ ଅତିଥି ତାରା ପ୍ରସାଦ ବାହିନୀପତି ତାଙ୍କ ଅଭିଭାଷଣରେ କହିଥିଲେ ଯେ ବିଭିନ୍ନ ବିଭାଗର ସ୍ନାତକୋତ୍ତର ବିଭାଗ ଖୋଲିବା ନିମନ୍ତେ ସେ ବହୁ ଉଦ୍ୟମ କରିଥିଲେ। ବିଶ୍ଵ ବିଦ୍ୟାଳୟ ନିମନ୍ତେ ଯାହା ଅର୍ଥ ଆବଶ୍ୟକ ତାହା ମଞ୍ଜୁର କରାଯିବ, ଅର୍ଥର କୌଣସି ଅଭାବ ରହିବ ନାହିଁ। ନୂଆଁ କ୍ୟାମ୍ପସ ନିମନ୍ତେ ଚାଳିଶ ଏକର ଜମି ଚିହ୍ନଟ ହୋଇ ସାରିଛି ଖୁବ୍ ଶୀଘ୍ର କାମ ଆରମ୍ଭ ହେବ। ଅନ୍ୟ ଅତିଥି ମାନେ ବିକ୍ରମ ଦେବ କଲେଜର ପ୍ରତିଷ୍ଠା ବିଷୟରେ ଅନେକ ଐତିହାସିକ ବାଣୀ କହିବା ସହିତ ଆଜି ବିଶ୍ବବିଦ୍ୟାଳୟରେ ପରିଣତ ହୋଇଥିବା ଯୋଗୁଁ ସମସ୍ତ ପୁରୁଣା ଛାତ୍ର, ଛାତ୍ରୀ ଆଜି ଗର୍ବ ଅନୁଭବ କରୁଛନ୍ତି ବୋଲି କହିଥିଲେ। ବିଶ୍ବବିଦ୍ୟାଳୟ ହେବା ଦ୍ବାରା ଛାତ୍ର, ଛାତ୍ରୀ ମାନେ ଉଚ୍ଚ ଶିକ୍ଷା ପାଇବା ସହ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିପାରିବେ ବୋଲି ମତ ଦେଇଥିଲେ। ଏହି ଅବସରରେ ବିକ୍ରମଦେବ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ସତ୍ୟନାରାଣ ରଥ ଓ ମେଜର ପି.କେ ପାତ୍ରଙ୍କୁ ସମ୍ମାନୀତ କରାଯାଇଥିଲା। ପ୍ରାରମ୍ଭରେ ଦେବୀ ପ୍ରସାଦ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପିଜି ବିଭାଗର ଡ.ପ୍ରଶାନ୍ତ କୁମାର ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।