ବିଗ୍ରହ ପ୍ରତିଷ୍ଠା ପାଇଁ କଳସ ଯାତ୍ରା ଅନୁଷ୍ଠିତ

ପାତ୍ରପୁର,(ପୁଷ୍ପାଞ୍ଜଳି ମିଶ୍ର):ପାତ୍ରପୁର ପଦାଦିଗି ପଂଚାୟତ କେଲୁହା ଗ୍ରାମରେ ଥିବା ବହୁ ପୁରାତନ ରାଧାକୃଷ୍ଣ ମନ୍ଦିର ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି। ଏଥି ପାଇଁ କଳସ ଯାତ୍ରା ଅମରକୋଷ ବର୍ଣ୍ଣିତ ବାହୁଦା ନଦୀର ଉତ୍ତର ବାଙ୍କ ଠାରୁ ଅନୁଷ୍ଠିତ ହୋଇ ଥିଲା ।ଶତାଧିକ ମହିଳା ମୁଣ୍ଡରେ କଳସ ଧରି ପ୍ରାୟ ପାଞ୍ଚ କିଲୋମିଟର ମନ୍ଦିର ଥରେ ପହଞ୍ଚି ଥିଲେ। ନଦୀରେ ପୂଜା ପାଠ ପରେ ଏହି କଳସ ଯାତ୍ରା ଆରମ୍ଭ ହୋଇ ଥିଲା।ପ୍ରତିଷ୍ଠା ଉତ୍ସବ ଓ ତ୍ରିଶୂଳ ପ୍ରତିଷ୍ଠା ପାଇଁ ପୂଜା ପାଠ ଆରଂଭ ହୋଇଛି । ପାଞ୍ଚଦିନ ବ୍ୟାପି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପାଇଁ ଗ୍ରାମକୁ ସଫେଇ କରି ରଙ୍ଗୀନ ଆଲୋକରେ ସଜା ଯାଇଥିବା ବେଳେ ମିନା ଦୋଳି ପ୍ରଭୁତି ଭକ୍ତ ଙ୍କୁ ଆନନ୍ଦ ଯୋଗାଇବ। ଜଗତ ମାଙ୍ଗକ ପାଇଁ ପ୍ରତିଦିନ ଘୃତ ଯଜ୍ଞ, ଅର୍ଣ୍ଣ ଯଜ୍ଞ ଓ ନାମ ଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ଶୁକରବା ଦିନ ଶେଷ ହେବ।ମୁଖ୍ୟ ପୁରୋହିତ ଭାବେ ପଣ୍ଡିତ ଅଶୋକ କୁମାର ପାଢ଼ୀ ଓ ତାଙ୍କ ସାଥୀ ମାନେ ଯଜ୍ଞ କାର୍ଯ୍ୟ ପରିଚାଳନା କାର୍ଯ୍ୟ କରୁଥିବା ଜଣା ପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ