ବିଚାରପତି ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଗଞ୍ଜାମ ଜିଲା ସାନଖେମୁଣ୍ଡି ଗ୍ରାମ ନ୍ୟାୟାଳୟ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ବିଚାରପତି ବିଷ୍ଣୁ ପ୍ରସାଦ ଦେବତା ଙ୍କୁ ଜଗତସିଂହପୁର ଜିଲ୍ଲା କୋର୍ଟ ର ସିଭିଲ ଜଜ୍ ଭାବେ ବଦଳି ହୋଇଥିବା ଜଣାପଡ଼ିଛି । ଶୁକ୍ରବାର ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ଏବଂ ସାନଖେମୁଣ୍ଡି ଓକିଲ ସଂଘ ର ମିଳିତ ସଂଯୋଜନାରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ପାଟପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଖେମୁଣ୍ଡି ଓକିଲ ସଂଘ ର ଅନ୍ତରୀଣ କମିଟି ଅଧ୍ୟକ୍ଷ ପରେଶ ଚନ୍ଦ୍ର ରଥ ଅଧ୍ୟକ୍ଷତା କରିଥିଲେ। ଓକିଲ ସଂଘ ସମ୍ପାଦକ ଅଶେଷ ନାଥ ମିଶ୍ର, ବରିଷ୍ଠ ଆଇନଜୀବୀ ସୁରେଶ ଚନ୍ଦ୍ର ସାହୁ, ରସାନନ୍ଦ ରାଉତ, ସତ୍ୟନାରାୟଣ ରଥ, ସୁକାନ୍ତ ପ୍ରଧାନ,କିଶୋର ଗୌଡ,ବିଜୟ କୁମାର ପ୍ରଧାନ ଙ୍କ ସମେତ ସରକାରୀ ଓକିଲ ନକୁଳ ପ୍ରଧାନ, ଦୀପକ କୁମାର ସେଠୀ ପ୍ରମୁଖ ଉଦବୋଧନ ଦେଇଥିଲେ। ସାନଖେମୁଣ୍ଡି ଓକିଲ ସଂଘ ର କାର୍ଯ୍ୟକର୍ତ୍ତା ସଞ୍ଜୟ କୁମାର ପଣ୍ଡା, ପ୍ରଦୀପ କୁମାର ନାୟକ, ମନୋଜ କୁମାର ମହାପାତ୍ର, ପ୍ରଶାନ୍ତ କୁମାର ବରାଡ଼, ରବୀନ୍ଦ୍ର ନାଥ ବେହେରା, ପ୍ରଶାନ୍ତ ଡାକୁଆ ଙ୍କ ସମେତ କୋର୍ଟ ର ସମସ୍ତ କର୍ମଚାରୀ ବୃନ୍ଦ ଉପ ସ୍ଥିତ ଥିଲେ।