ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ନେଇ ପ୍ରସ୍ତୁତି ବୈଠକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ପିଲ୍ଲୀ ବନ୍ଧ ନିକଟସ୍ଥ ଛତ୍ରପୁର ବିଧାୟକଙ୍କ ନିଜସ୍ୱ କାର୍ଯ୍ୟାଳୟ ପରିସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ଜନ ସଂପର୍କ ପଦଯାତ୍ରା ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅକ୍ଟୋବର ୨ତାରିଖରୁ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଜନ ସଂପର୍କ ପଦଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଜନସଂପର୍କ ପଦଯାତ୍ରା ଛତ୍ରପୁର ଏନଏସିରୁ ଶୁଭାରମ୍ଭ ହେବାକୁ ଯାଉଛି । ଏଥି ପାଇଁ ଛତ୍ରପୁର ଏନଏସିର ସମସ୍ତ ନେତୃମଣ୍ଡଳୀ ମାନଙ୍କୁ ନେଇ ଆଜି ବିଧାୟକ ଶ୍ରୀବେହେରା ରୁଟ୍ ଚାର୍ଟ ପ୍ରସ୍ତୁତ କରିଛନ୍ତି । ଅକ୍ଟୋବର ୨ତାରିଖ ଦିନ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରୁ ଏହି ଜନସଂପର୍କ ପଦଯାତ୍ରା ଶୁଭାରମ୍ଭ କରାଯିବ । ପରେ ବିଶେଶ୍ୱର ମନ୍ଦିର, ଅପର ବସଷ୍ଟାଣ୍ଡ୍, ମଝି ବଜାର, ରିକ୍କା ପଲ୍ଲୀ, ଲୋୟର ବସଷ୍ଟାଣ୍ଡ୍ ଦେଇ ଏନଏସିର ସମସ୍ତ ୱାର୍ଡ଼ରେ ଜନସଂପର୍କ ଯାତ୍ରା ପରିକ୍ରମା କରି ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଜନହିତକର ଯୋଜନା ସଂପର୍କରେ ଲୋକମାନଙ୍କ ସଚେତନ କରାଯିବ । ଏହି ପ୍ରସ୍ତୁତି ବୈଠକରେ ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡି, ପୂର୍ବତନ କାଉନସିଲର ଟି. ଚନ୍ଦ୍ରଶେଖର ରାଓ, କିଶୋର ଚନ୍ଦ୍ର ସେନାପତି, ବି. ରାଜି ବାବୁ, ଛତ୍ରପୁର ନଗର ସଭାପତି ଦିବାକର ବେହେରା, କେ.ରମେଶ ରାଓ, ଜଗଦୀଶ ରାଓ, ଭେଙ୍କଟ ରାଓ, ଜିଲ୍ଲା ସମ୍ପାଦକ ମନୋଜ କୁମାର ପାଢୀ, ନାରୀ ନେତ୍ରୀ ସୁବର୍ଣ୍ଣମାଳା ବିଷୋୟୀ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ସରକାରୀ ଓକିଲ ସୁରେଶ ପଣ୍ଡା, ଦମିନାଥ ସାହୁ, କାଳୀ ପ୍ରସାଦ ଦାସ, ଭୈରବି ପଟ୍ଟନାୟକ, ପ୍ରଦୀପ ପାତ୍ରଙ୍କ ବହୁ ବିଜେଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ