ବିଜୁ ଜନତା ଦଳ କର୍ମୀଙ୍କ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୬୮୫୦୧ ଟଙ୍କା ସହାୟତା

ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ଖୋଳଖାଳି ପଞ୍ଚାୟତର ବିଜୁ ଜନତା ଦଳର କର୍ମୀମାନେ ୫୦୫୦୧ ଟଙ୍କା ଓ ଅନ୍ୟ କେତକ ଗ୍ରାମର କର୍ମୀମାନେ ୧୮୦୦୦ ଟଙ୍କା ଏହିପରି ମୋଟ ୬୮୫୦୧ ଟଙ୍କା ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ମାଧ୍ୟମରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ଜରୀଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା କରିଛନ୍ତି। ଖୋଳଖାଳି ପଞ୍ଚାୟତର ବେଣୁଧର ଦାଶ ୨୦୦୦୧ଟଙ୍କା, ଗଙ୍ଗାପାଣି ଜେନା ୫୦୦୦, ପ୍ରମୋଦ କୁମାର ପଣ୍ଡା ୪୦୦୦, ଲକ୍ଷ୍ମୀ ପଣ୍ଡା,ଶିବାଜୀ ସାମଲ, ସଂମ୍ମତ କୁମାର ସାମଲ ପ୍ରତ୍ୟେକ ୩୦୦୦, ସୀମାଞ୍ଚଳ ଜେନା ଓ ଭଗବାନ ଭୂୟାଁ ପ୍ରତ୍ୟେକ ୨୦୦୦, ଗୌରହରି ସେଠି ୧୫୦୦, ଗୋବିନ୍ଦ ମଙ୍ଗାଳ,ଗୌରହରି ଜେନା,ପ୍ରଭାତ କୁମାର ଜେନା,ମୋଚିରାମ ଗୌଡ଼, ଉମାକାନ୍ତ ପାତ୍ର, ରଙ୍କନିଧି ଭୂୟାଁ, ସଞ୍ଜୟ କୁମାର ସ୍ଵାଇଁ ପ୍ରତ୍ୟେକ ୧୦୦୦ ଟଙ୍କା ଲେଖାଏଁ ମୋଟ ୫୦୫୦୧ ଟଙ୍କା ପ୍ରଦାନ କରିଥିବା ବେଳେ ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରାଙ୍କ ମାଧ୍ୟମରେ ବିଭିନ୍ନ ଗ୍ରାମର କର୍ମୀ ପ୍ରଫୁଲ କୁମାର ପଣ୍ଡା, ସନ୍ତୋଷ କୁମାର ଭୋଳ, ରାଜୁ ଜେନା,ସୁଶାନ୍ତ କୁମାର ପ୍ରଧାନ, ରମେଶ ଚନ୍ଦ୍ର ପୃଷ୍ଟି, ଜିତେନ୍ଦ୍ର ପ୍ରଧାନ, ଶଙ୍କର ପୋଲାଇ ମୋଟ ୧୮୦୦୦ ଟଙ୍କା, ଏହିପରି ସର୍ବ ମୋଟ ୬୮୫୦୧ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ