ବିଜୁ ଜୟନ୍ତୀ ଓ ଆର୍ନ୍ତଜାତିୟ ମହିଳା ଦିବସ ପାଳନ ପାଇଁ ବିଜେଡିର ପ୍ରସ୍ତୁତି ବୈଠକ

ବାରିପଦା,(ମୁରାରୀ ମୋହନ ମହାପାତ୍ର): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୯ ତମ ଜୟନ୍ତୀ ମାର୍ଚ୍ଚ ୫ ତାରିଖ ଦିନ ବାରିପଦା
ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ତରଫରୁ ବିଜୁ ଭବନ ଠାରେ ପାଳନ ହେବାକୁ ଥିବା ବେଳେ, ମାର୍ଚ୍ଚ ୮ ତାରିଖ ଦିନ ଆର୍ନ୍ତଜାତୀୟ ମହିଳା ଦିବସ ମୟୂରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବାରିପଦା ଶହୀଦ ସ୍ମୃତି ଭବନ ଠାରେ ପାଳନ କରାଯିବା ନେଇ ଏକ ପ୍ରସ୍ତୁତି ବୈଠକ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି. ସମୃଦ୍ଧ ଓଡ଼ିଶା ଗଠନରେ ବିଜୁ ବାବୁଙ୍କ ଅବଦାନ ପ୍ରସଙ୍ଗରେ ଏକ ଆଲୋଚନା ଚକ୍ର ୫ ତାରିଖ ଦିନ ବିଜୁ ଭବନରେ ଅନୁଷ୍ଠିତ ହେବ. ସେହିପରି ଆର୍ନ୍ତଜାତୀୟ ମହିଳା ଦିବସ ଅବସରରେ ରାଜ୍ୟରେ ମହିଳାମାନେ କିଭଳି ଭାବେ ସାମାଜିକ ଓ ଆର୍ଥିକ ସ୍ତରରେ ସ୍ଵାବଲମ୍ବୀ ହେବା ସହ ସୁଦୃଢ ହେବେ ସେହି ଲକ୍ଷ୍ୟ ନେଇ ବିଜୁ ଜନତା ଦଳ କାର୍ଯ୍ୟ କରିବ ବୋଲି ଲକ୍ଷ୍ୟ ରଖଯାଇଛି. ଏହି ଅବସରରେ ମାର୍ଚ୍ଚ ୮ ତାରିଖ ଦିନ କେବଳ ମହିଳାମାନଙ୍କ ଦ୍ଵାରା ରକ୍ତଦାନ ଶିବିର ଓ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଜିଲ୍ଲା ବିଜେଡି ପୂର୍ବତନ ସଭାପତି ସୁଦାମ ମାରାଣ୍ଡି କହିଥିଲେ. ଏହି ଅବସରରେ ବିଶିଷ୍ଟ ସିନେ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ନୀରବ ପ୍ରାର୍ଥନା କରାଯାଇଥିଲା. ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ଜିଲ୍ଲା ପରିଷଦ ଅଧକ୍ଷା ଭାରତୀ ହାଁସଦା, ଏସ.ଡି.ସି. ପୂର୍ବତନ ଚେୟାରମେନ ଡଃ. ଦେବାଶିଷ ମାଣ୍ଡି, ପୂର୍ବତନ କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ମହାନ୍ତି, ଏମ.ସି.ସି. ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, ଯୁବ ବିଜେଡି ସଭାପତି ଅରୁଣ ବରାଡ, ମହିଳା ବିଜେଡି ନେତ୍ରୀ ଦିପ୍ତିଲତା ମିଶ୍ର, ଛାତ୍ର ବିଜେଡିର ସୁନୀଲ ନାୟକ, ଉପ-ନଗରପାଳ ସୀମା ଦାସ, ପ୍ରିତିନନ୍ଦା କାନୁନଗୋ, ଡି.ଆର.ଓ, ଅନନ୍ତ ଦାସ, ନୀରୋଜ ସାହୁ, ପ୍ରଭାତ ନାୟକ, ରଜୀବ ଜେନା, କୃଷ୍ଣ ଦାସ, ବାରିପଦା ବ୍ଲକ ଚେୟାରମେନ ସୁନ୍ଦର ସିଂହ, ଶ୍ରାବଣୀ ଦାସ, ସବିତା ବେହେରା, ଦେବୀଦତ୍ତ ଦାସ, ବୀଣାପାଣି ସାହୁ, ରବିନାରାୟଣ ସିଂବାବୁ, ସୁକେଶିନୀ ସେଠୀ, ଅନୁରାଧା ମହାନ୍ତି, ମହେଶ ଭଞ୍ଜଦେଓ, ପ୍ରଭାତୀ ପୃଷ୍ଟି, ସୁଧୀର ବାରିକ, ତ୍ରୈଲୋକେଶ ପଣ୍ଡା, ବୀଣାପାଣି ପାତ୍ର କୁମାର ମୁଖୀ, ଭାଗ୍ୟଲକ୍ଷ୍ମୀ ନାଏକ ଓ କାଉନସିଲର ବୃନ୍ଦ ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ