ଓଲଟିଲା ଫଳ ବୋଝେଇ ଗାଡି, ଚାଳକ ଆହତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସାରୁ ଛକ ନିକଟରେ ଏକ ଫଳ ବୋଝେଇ ଟାଟା ଏସିଇ (ଓଡି୩୨ କେ ୭୨୭୪) ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଓଲଟି ପଡିଛି। ଦୂର୍ଘଟଣାରେ ଗାଡି ଚାଳକ ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ଧରାକୋଟ ଥାନା ଦାମଦୋରପଲ୍ଲୀ ଗ୍ରାମର ଅଶ୍ବିନୀ ପାତ୍ର (୨୭) । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରକାଶ ଯେ, ଶନିବାର ଭୋରରେ ଟାଟା ଏସିଇ ଗାଡିଟି ବ୍ରହ୍ମପୁର ଠାରୁ ଫଳ ବୋଝେଇ କରି ଭଞ୍ଜନଗର ଅଭିମୁଖେ ଯାଉଥିବା ବେଳେ ଘନକୁହୁଡି ଯୋଗୁଁ ହିଞ୍ଜିଳି ଥାନା ସାରୁ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଓଲଟି ପଡିଥିଲା। ପ୍ରକାଶ ଥାଉକି ଶୁକ୍ରବାର ରାତିରେ ଏକ ଯାତ୍ରୀବାହୀ ଅଟୋ (ଓଡି୦୭ ଏଡବ୍ଳ୍ୟୁ ୩୮୧୧) ବ୍ରହ୍ମପୁର ଠାରୁ ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିବା ବେଳେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଚୈତନ୍ୟପଡା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଓଲଟି ପଡ଼ିବାରୁ ୨ ଜଣ ଯାତ୍ରୀ ଆହତ ହୋଇଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।
ଫୋଟ –

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ