ବିଜୁ ପଟ୍ଟନାୟକ ଙ୍କ ଜୟନ୍ତୀ ପାଳିତ

ନିମାପଡ଼ା, (ସନ୍ତୋଷ ଦାଶ):ମଙ୍ଗଳବାର ଥିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ। ନିମାପଡା, କାକଟପୁର,କୋଣାର୍କ,ନୟାହାଟ ଅଞ୍ଚଳ ରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ଜୟନ୍ତୀ ପାଳିତ ହୋଇଥିଲା। ନିମାପଡା ଠାରେ ବିଧାୟକ ଙ୍କ ନେତୃତ୍ୱ ରେ ଯୁବ ବିଜେଡ଼ି କର୍ମୀ ମାନେ ଏକ ସାଇକେଲ ରାଲି କରି ବଜାର ପରିକ୍ରମା କରି ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। କୋଣାର୍କ ଠାରେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ ଙ୍କ ନେତୃତ୍ୱ ରେ ବିଜେଡ଼ି କର୍ମି ଓ ନେତା ମାନେ ଏକ ମୋଟର ସାଇକେଲ ରାଲି ରେ ଚନ୍ଦ୍ରଭାଗା ଯାଇ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ନୟାହାଟ ବଜାର ର ବିଜେଡ଼ିର ଦଳୀୟ କାର୍ଯ୍ୟାଳୟ ଠାରେ ବିଜୁ ପଟ୍ଟନାୟକ ଙ୍କ ଜୟନ୍ତୀ ପାଳିତ ହୋଇଥିଲା। ବିଜେଡ଼ି ଦଳୀୟ କାର୍ଯ୍ୟାଳୟ ଠାରେ ଧୁମାଳୋ ପଞ୍ଚାୟତ ର ସରପଞ୍ଚ ମୋନାଲିସା ସିଂ, ଜିଲ୍ଲା ପରିଷଦ ସଭ୍ୟା ସାଗରିକା ନାୟକ, ସମିତି ସଭ୍ୟା ଭାନୁମତି ମାଣିକ, ଅଭିମନ୍ୟୁ ସିଂ, ମହମ୍ମଦ ସମସୁଲ,ପଞ୍ଚାୟତ ବିଜେଡ଼ି ସଭାପତି ଆଲୋକ ରାୟ, ସହଦେବ ମାଣିକ, ଶୁକଦେବ ଦାସ, ସନ୍ତୋଷ ବେହେରା, କିଶୋର ଚନ୍ଦ୍ର ପାତ୍ର, ବାନାମ୍ବର ମହାନ୍ତି, ଦେବେନ୍ଦ୍ର ମହାନ୍ତି,ଆଲୋକ ସାହୁ, ଆଶିଷ ଦାସ ପ୍ରମୁଖ ଏକତ୍ରିତ ହୋଇ ସ୍ୱର୍ଗତ ବିଜୁ ବାବୁ ଙ୍କ ଫଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରିବାସହିତ ତାଙ୍କ ସ୍ମୃତି ଚାରଣ କରିଥିଲେ। ସ୍ୱର୍ଗତ ବିଜୁ ପଟ୍ଟନାୟକ ଓଡ଼ିଶା ର ନୁହେଁ ସାରା ଦେଶ ର ଜନ ନାୟକ ହୋଇଥିବାରୁ ତାଙ୍କୁ ତୁରନ୍ତ ଭାରତରତ୍ନ ପ୍ରଦାନ କରିବାକୁ ସମସ୍ତେ ଦାବୀ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ