ବିଜୁ ପ୍ରିମିୟର ଲିଗର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ : ସାମ୍ବାଦିକ ଏକାଦଶକୁ ହରାଇ ପିଆର୍ଆଇ ଏକାଦଶ ବିଜୟୀ
ନିମାପଡା (ସନ୍ତୋଷ ଦାଶ ) : ଶୁକ୍ରବାର ଦିନ କାକଟପୁର ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜୁ ପ୍ରିମିୟର ଲିଗ ର ଫାଇନାଲ ଖେଳ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା l ଫାଇନାଲ ଖେଳ ପୂର୍ବରୁ ପୂର୍ବାହ୍ନ 11 ଟା ରେ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ସାମ୍ବାଦିକ ଏକାଦଶ ଓ ପିଆର୍ଆଇ ଏକlଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ସାମ୍ବାଦିକ ଏକାଦଶ ର ନେତୃତ୍ୱ ଦେବରାଜ ଦୀକ୍ଷିତ ନେଇଥିବାବେଳେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିମୟ ଦଳାଇ ପିଆର୍ଆଇ ଏକାଦଶ ର ନେତୃତ୍ୱ ନେଇଥିଲେ l 15 ଓଭର ବିଶିଷ୍ଟ ଖେଳରେ ପିଆର୍ଆଇ ଏକାଦଶ ସାମ୍ବାଦିକ ଏକାଦଶ କୁ ହରାଇ ବିଜୟୀ ହୋଇଥିଲା l ଅମ୍ପାୟାର ଭାବେ ଏସ. କରୁଣାକର ଓ ରଞ୍ଜିତ ମହାରଣା ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ପରିବେଶବିଦ ଶୋଭାକର ବେହେରା କାର୍ଯ୍ୟ କରିଥିଲେ l ଭାଗବତ ସ୍ୱାଇଁ ଧାରା ବିବରଣୀ ପ୍ରଦାନ କରିଥିବାବେଳେ mcc ର ଶୁଭ୍ରାଂସୁ ଦୀକ୍ଷିତ, ଧିରେନ ଚାନ୍ଦ ସହଯୋଗ କରିଥିଲେ l ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାର କାନ୍ତ ବେହେରା, କାକଟପୁର ବ୍ଲକ ବିଜେଡି ସଭାପତି ପ୍ରାଣକୃଷ୍ଣ ମଲ୍ଲିକ, ଜ୍ଞାନରଞ୍ଜନ ସାହୁ ପ୍ରମୁଖ ମିନି ଷ୍ଟାଡିୟମ ଠାରେ ଉପସ୍ଥିତ ରହି ଉଭୟ ଦଳ ର ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଅପରାହ୍ନ ରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା l ଅସ୍ତରଙ୍ଗ ବ୍ଲକ କୁ ହରାଇ କାକଟପୁର ବ୍ଲକ ଚମ୍ପିୟାନ ହୋଇଥିଲା l ଚାମ୍ପିୟlନ ଓ ରନର୍ସ ଦଳ କୁ ମନ୍ତ୍ରୀ ଶ୍ରୀ ବେହେରା ପୁରସ୍କାର ରାଶି ଓ କପ ପ୍ରଦାନ କରିଥିଲେ l