ବିଜେଡ଼ି ର ମିଶ୍ରଣ ପର୍ବ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ା ବ୍ଲକ ତୁଳସୀପୁର ସ୍ଥିତ ଜୟ ଦୂର୍ଗା କଲ୍ୟାଣ ମଣ୍ଡପ ଠାରେ ଆଜି ବାହାରେଣା ପଞ୍ଚାୟତ ବିଜେଡ଼ି ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ନିମାପଡା ବିଧାୟକ ତଥା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ନିମାପଡା ବ୍ଲକ ବିଜେଡ଼ି ସଭାପତି ଅଶୋକ ସାହୁ, ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ପ୍ରମୁଖ ଙ୍କ ଉପସ୍ଥିତି ରେ ଉକ୍ତ ପଞ୍ଚାୟତ ର ଗଙ୍ଗା ଧର ସ୍ଵାଇଁ, ବାନମ୍ବର ବେହେରା, ଭରତ ଚନ୍ଦ୍ର ମଳିକ ଙ୍କ ସହିତ ପ୍ରାୟ ୫୦ ଜଣ ବ୍ୟକ୍ତି ଆନୁଷ୍ଠାନିକ ଭାବେ ବିଜେଡ଼ି ଦଳରେ ଯୋଗଦେଇଥିଲେ। ଉକ୍ତ ମିଶ୍ରଣ ପର୍ବ କୁ ବାହାରେଣା ପଞ୍ଚାୟତ ବିଜେଡ଼ି ସଭାପତି ଗଗନ ବିହାରୀସାହୁ ପରିଚାଳନା କରିଥିଲେ। ବିଜେଡ଼ି ଦଳ ରେ ଯୋଗ ଦେଇଥିବା ବ୍ୟକ୍ତି ମାନଙ୍କୁ ମନ୍ତ୍ରୀ ଶ୍ରୀ ଦାଶ ସ୍ବାଗତ ଓ ଶୁଭେଶ୍ଚା ଜଣାଇବା ସହିତ ସେମାନଙ୍କ ଯୋଗଦାନ ଫଳରେ ଉକ୍ତ ପଞ୍ଚାୟତ ରେ ବିଜେଡ଼ି ଅଧିକ ସୁଦୃଢ
ହୋଇପାରିଲା ବୋଲି ଉଦବୋଧନ ରେ ପ୍ରକାଶ କରିଥିଲେ।