ବିଜେଡ଼ି ର ମିଶ୍ରଣ ପର୍ବ, ଦଳ ରେ ଯୋଗ ଦେଲେ ଶତାଧିକ ପରିବାର
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ନିମାପଡ଼ା ବ୍ଲକ ତୁଳସୀପୁର ଗ୍ରାମ ସ୍ଥିତ ଜୟଦୂର୍ଗା କଲ୍ୟାଣ ମଣ୍ଡପ ଠାରେ ବିଜେଡ଼ି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଛଣିଜଙ୍ଗ ପଞ୍ଚାୟତ ର ପ୍ରଦୀପ୍ତ କୁମାର ଦାଶ ( ବାବୁ) ଓ ନାରାୟଣ ବେହେରା ଙ୍କ ନେତୃତ୍ୱ ରେ ଶତାଧିକ ପରିବାର ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କ ଉପସ୍ଥିତି ରେ ଆନୁଷ୍ଠାନିକ ଭାବେ ବିଜେଡ଼ି ଦଳରେ ଯୋଗଦେଇଥିଲେ। ନୂତନ ଭାବେ ଛଣିଜଙ୍ଗ ପଞ୍ଚାୟତ ର ଆମ୍ପୋର ଓ ମୁଣ୍ଡତୋଳା ଗ୍ରାମ ର ଯେଉଁ ମାନେ ବିଜେଡ଼ି ଦଳରେ ଯୋଗ ଦେଲେ ସେମାନଙ୍କୁ ମନ୍ତ୍ରୀ ଶ୍ରୀ ଦାଶ ଉତ୍ତରୀୟ ଓ ପୁଷ୍ପ ଗୁଛ ଦେଇ ସ୍ବାଗତ କରିଥିଲେ। ଉକ୍ତ ମିଶ୍ରଣ ପର୍ବ ରେ ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ବ୍ଲକ ବିଜେଡ଼ି ସଭାପତି ଅଶୋକ କୁମାର ସାହୁ, ଅଜୟ କୁମାର ସ୍ଵାଇଁ, ବିଷ୍ଣୁ ଚରଣ ମହାନ୍ତି, ପ୍ରଭାତ ଦାଶ, ସୁବାସ ଚନ୍ଦ୍ର ବାରିକ, ମହେନ୍ଦ୍ର କୁମାର ମହାପାତ୍ର, ସୂର୍ଯ୍ୟ ନାରାୟଣ ପରିଡ଼ା, ଚନ୍ଦ୍ରମଣି ବେହେରା, ଅରକ୍ଷିତ ଭୋଇ, ପ୍ରକାଶ ସାହୁ ପ୍ରମୁଖ ଦଳୀୟ ନେତା ଓ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ଏହି ଶତାଧିକ ପରିବାର ବିଜେଡ଼ି ରେ ଯୋଗ ଦେବା ଫଳରେ ଛଣିଜଙ୍ଗ ପଞ୍ଚାୟତ ରେ ବିଜେଡ଼ି ଦଳ ବେଶ ସୁଦୃଢ ହୋଇପାରିଲା ବୋଲି ମନ୍ତ୍ରୀ ଶ୍ରୀ ଦାଶ ତାଙ୍କ ଉଦବୋଧନ ରେ ପ୍ରକାଶ କରିଥିଲେ।


