ବିଜେଡିରେ ମିଶିଲେ ଡାବର ପଂଚାୟତର ବହୁ କଂଗ୍ରେସ କର୍ମୀ

ନାଉଗାଁ, (ୱାଇଏନ୍‌ଏସ୍‌):ନାଉଗାଁ ବ୍ଲକ ଅନ୍ତର୍ଗତ ଡାବର ପଂଚାୟତର ବହୁ କଂଗ୍ରେସ କର୍ମୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ ମୁଦୁଲିଙ୍କ ଆର୍ଦଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳ ଛାଡି ବିଜେଡି ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି । ସେମାନେ ହେଲେ ପଂଚାୟତର ମାନସ ଜେନା, ମାଗୁଣି ପରିଡା, ଦିଲ୍ଲିପ ପରିଡା, ନିଳକଣ୍ଠ ଫାରକ, କୈଳାଶ ମହାନ୍ତି, ରବି ବିଶ୍ୱାଳ, କାଳନ୍ଦି ବିଶ୍ୱାଳ, ବିଭୁତି ମାଣ୍ଡୋଇ, ବୁଲା ପୋଲେଇ, ବିଚ ମଲ୍ଲିକଙ୍କ ସହିତ ଅନେକ କଂଗ୍ରେସ କର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା ଓ ଡାବର ସରପଂଚ ଡମ୍ବୁରଧର ସ୍ୱାଇଁଙ୍କ ନେତୃତ୍ୱରେ ସମସ୍ତ କଂଗ୍ରେସ କର୍ମୀ ଜଗତସିଂହପୁର ସିପିଛକ ସ୍ଥିତ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଉପସ୍ଥିତ ରହି ବିଜେଡିରେ ସାମିଲ ହୋଇଥିଲେ । ବିଧାୟକ ଶ୍ରୀ ମୁଦୁଲି ସେମାନଙ୍କୁ ପୁଷ୍ପଗୁଛ ଦେଇ ଦଳକୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ଯୁବନେତା ଉଲ୍ଲାସ ମହାନ୍ତି, ବରିଷ୍ଠ ନେତା ଫକିର ପରିଡା, ବ୍ଲକ ଯୁବ ବିଜେଡି ସଂପାଦକ ପ୍ରଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ