ବିଜେଡିରେ ଯୋଗ ଦେଲେ ଭାଜପା ନେତା ଓ କର୍ମୀ

କାଶୀନଗର, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା କାଶୀନଗର ବ୍ଲକର ଟାଣୁଆ ଭାଜପା ନେତା ତଥା ପୂର୍ବତନ ଜିଲା ଉପସଭାପତି ଏମ୍‌.ସାବାରାଜୁ ବିଜେଡିରେ ଯୋଗଦେଇଛନ୍ତି । ଏମ୍‌.ସାବାରାଜୁ ଆଜି ନିଜ କେ.ସୀତାପୁର ସ୍ଥିତ ନିଜ ବାସଭବନରେ ବିଜେଡିର ପ୍ରମୁଖ ନେତାଙ୍କ ଗହଣରେ ଦଳରେ ସାମିଲ ହୋଇଥିବା ଜଣାପଡିଛି । ଏଥିରେ ଜିଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ପୂର୍ବତନ ଜିଲା ସଭାପତି ବସନ୍ତ ଦାସ, କାଶୀନଗର ଏନ୍‌.ଏ.ସି. ସଭାପତି ରଘୁରାମ ସାହୁ, ଗୋଷାଣୀ ବ୍ଲକ ବିଜେଡି ସଭାପତି ଏମ୍‌.ଲିଙ୍ଗରାଜୁଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗଦାନ କରିଥିଲେ । ଏହି ଅବସରରେ ଏକ ବିରାଟ ପଟୁଆର ସହ ବହୁ ବିଜେପି କର୍ମୀ ମାନେ ମଧ୍ୟ ବିଜେଡିରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଗ୍ରାମର ଜୟରାମ ମିଶାଲ, ସୁକାନ୍ତ ନାୟକ ପ୍ରମୁଖ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ