ବିଜେଡିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ ) :ନାଉଗାଁ ବ୍ଳକର ବିଭିନ୍ନ ପଂଚାୟତରେ ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂଆଗାଁ ପଂଚାୟତରେ ନାଉଗାଁ ବ୍ଳକ ସଭାପତି ସୁଜିତ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମିଳନୀରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇ ମୁଁ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ଏହି ନିର୍ବାଚନ ମଣ୍ଡଳୀର ନିର୍ବାଚନକୁ ଆସିଛି । ଆପଣମାନେ ନିଜ ନିଜ ଭିତରେ ଥିବା ମନୋମାଳିନ ଭୁଲି ଶଙ୍ଖ ଚିହ୍ନକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରି ନବୀନ ପଟ୍ଟନାୟକଙ୍କୁ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ନିବେଦନ କରିଥିଲେ । ତାଙ୍କ ସହିତ ନୂଆଗାଁ ପଂଚାୟତ ସରପଂଚ ଅମିନା ସ୍ୱାଇଁ,ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ,ବ୍ଲକ ଯୁବ ସଭାପତି ପ୍ରତ୍ୟୁଷ ପରିଡା,ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏଲିନା ଦାସ, ଯୁବନେତା ଅଜୟ ମହାନ୍ତି,ବ୍ଲକ ସଭାନେତ୍ରୀ ରିତା ମହାନ୍ତି,ବ୍ଲକ କାର୍ଯ୍ୟକାରୀ ସଭାପତି ପ୍ରଭୁଚରଣ ଦାସ,ମିହିର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରି ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ମତବ୍ୟକ୍ତ କରିଥିଲେ । ପରେ ଉକ୍ତ ପଂଚାୟତର ପୂର୍ବତନ ସମିତି ସଭ୍ୟ ଅମରେନ୍ଦ୍ର ମହାନ୍ତି ଓ ପ୍ରକାଶ ମହାନ୍ତିଙ୍କ ନେତୃତ୍ୱରେ ଅନିଲି ରାୟ, ଉପେନ୍ଦ୍ର ଦାସ, ପବିତ୍ର ମୋହନ ଲେଙ୍କା, ସଂଗ୍ରାମ ନାୟକ, ହିମାଂଶୁ ରାୟ,ସୌମ୍ୟରଞନ ରାୟ, ମନୋଜ ରାଉତ,ସୁଶିଲ ଲେଙ୍କାଙ୍କ ସମେତ ୧୪ ପରିବାର ଅନ୍ୟ ଦଳ ଛାଡି ବିଜେଡିରେ ଯୋଗ ଦେଇଥିଲେ । ନୂତନ ଭାବେ ଦଳରେ ଯୋଗ ଦେଇଥିବା କର୍ମୀମାନଙ୍କୁ ଶ୍ରୀ ମୁଦୁଲି ପୁଷ୍ପମାଲ୍ୟ ଦେଇ ସ୍ୱାଗତ ଜଣାଇଥିଲେ । ସେହିପରି ଡେରିକି ପଂଚାୟତରେ ଅନୁଷ୍ଠିତ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବରେ ବିଧାୟକ ପ୍ରାର୍ଥୀ ଶ୍ରୀ ମୁଦୁଲିଙ୍କ ସମେତ ବାଲିକୁଦା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ,ଶରତ ଚନ୍ଦ୍ର ପୁହାଣ,ଅରଣ୍ୟ ନାୟକ ପ୍ରମୂଖ ଯୋଗ ଦେଇଥିଲେ ।ଏଥିରେ ଡେରିକି ପଂଚାୟତରୁ ବାବୁରାମ ମହାରଣା,ବିଶ୍ୱନାଥ ବେହୁରାଙ୍କ ସମେତ ୧୦ କଂଗ୍ରେସ ପରିବାର ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ ।