ବିଜେଡିର ଜନସମ୍ପର୍କ ପଦଯାତ୍ରା ଟିଲୋରେ ଉଦ୍‌ଯାପିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସମଗ୍ର ରାଜ୍ୟରେ ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ତାହା ଆଜି ଉଦ୍‌ଯାପିତ ହୋଇଯାଇଛି । ଏପରିପେକ୍ଷୀରେ ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଆଜି ଟିଲୋ ପଞ୍ଚାୟତରେ ଶେଷ ହୋଇଛି । ବିଜୁ ମହିଳା ଜନତା ଦଳର ବ୍ଲକ ସଭାନେତ୍ରୀ ନିହାରିକା ରାଉତଙ୍କ ନେତୃତ୍ୱରେ ଟିଲୋ ପଞ୍ଚାୟତରେ ଅନୁଷ୍ଠିତ ପଦଯାତ୍ରାରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ବିପିନ ନାୟକ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା, ନିରଞ୍ଜନ ମଲ୍ଲିକ, ରବିନ୍ଦ୍ର ଦାସ ଯୋଗ ଦେଇ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ସଂପର୍କରେ ଲୋକ ମାନଙ୍କୁ ଅବଗତ କରାଇଥିଲେ । ଏହି ପଦଯାତ୍ରାରେ ନିରଞ୍ଜନ ସାମଲ, ବାବୁଲା ସାମଲ, ଆଲୋକ ରାଉତ, ପ୍ରବୀର ରାଉତ, ବିପିନ ରାଉତ, ମଣି ଚରଣ ସାହୁ, ଶକ୍ତିଧର ରାଉତ, ପ୍ରଶାନ୍ତ ଦାସ, ଗଣନାଥ ବେହେରା, ସୁଧାକର ନାୟକ, ଅକ୍ଷୟ ବେହେରା, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଅବ୍ୟକ୍ତ ଧଳ, ଗୌରାଙ୍ଗ ବେହେରା, ବୁଲୁ ବେହେରା, ପଞ୍ଚାନନ ପୃଷ୍ଟି, ନୀଳମଣି ରାଉତ, ଆଶିଷ ପତିଙ୍କ ସମେତ ବହୁ ପୁରୁଷ ଓ ମହିଳା ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ