ବିଜେଡିର ଜନସମ୍ପର୍କ ପଦଯାତ୍ରା ପ୍ରସ୍ତୁତି ବୈଠକ
ହାଟଡିହି, (ବିକାଶ ବିଶ୍ୱାଳ):ବିଜେଡି ପକ୍ଷରୁ ବ୍ଲକସ୍ତରୀୟ ପଦଯାତ୍ରା ପାଇଁ ବିଦ୍ୟାଧରପୁର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦୁଝର ଜିଲ୍ଲାପରିଷଦ ଉପାଧ୍ଯକ୍ଷ ସୋମନାଥ ଦାସ, ବରିଷ୍ଠ ବିଜେଡି ନେତା ବିଜୟ ରାଉତ, ବ୍ଲକ ସଭାପତି ସୁରେନ୍ଦ୍ର ଜେନା, ବିଜେଡ଼ି ନେତା ବିଶ୍ୱନାଥ ନାୟକ, ଶତ୍ରୁଘ୍ନ ପାତ୍ର, ରବିନ୍ଦ୍ର ନାୟକ, ଅଜୟ ଘଡ଼େଇ, ନରେନ୍ଦ୍ର ନାୟକ, ବସନ୍ତ ପଢ଼ିଆରୀ, ଫେତୁ ପଣ୍ଡା, ମୁନ୍ନା ମଲ୍ଲିକ, ଆନନ୍ଦ ରାଉତ, ବିନୋଦ ସିଂ, ଅଭିମନ୍ୟୁ ନାଏକ, ଅଭୟ ଜେନା, ଅଜିତ ରାଉତ, ବିଜେଡି ସମର୍ଥୀତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ- ସଭ୍ୟା ମାନେ ଯୋଗ ଦେଇଥିଲେ। ଆସନ୍ତା ୪ତାରିଖ ସୋମବାର ଦିନ ସୋସୋଠାରୁ ବିଦ୍ୟାଧରପୁର ବଜାର ସହ ବାଲିବରେଇ ଗ୍ରାମପଞ୍ଚାୟତ ଯାଏଁ ପଦଯାତ୍ରା ଅନୁଷ୍ଠିତ ହେବା ନେଇ ନିଷ୍ପତିହୋଇଛି। ବିଧାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହେବାକୁ ଥିବା ଏହି ପଦଯାତ୍ରାରେ ବହୁ ବରିଷ୍ଠ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି।


