ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ବିଜୁ ଜନତା ଦଳ ପକ୍ଷରୁ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଷାଣୀ ବ୍ଲକ ଲାବଣ୍ୟ ଗଡ ଠାରୁ ବାଘଶଳା ପଂଚାୟତ ପର୍ଯ୍ୟନ୍ତ୍ ହୋଇଯାଇଛି। ପାରଳା ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଜନସଂପର୍କ ପଦଯାତ୍ରା ରେ ଗଜପତି ଜିଲ୍ଲା ବିଜେଡି ସଭାପତି ଶ୍ରୀ ଜଗବନ୍ଧୁ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାଵାରା ତିରୁପତି ରାଓ, ବିଜେଡି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ନାୟକ, ବସନ୍ତ ଦାସ, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଶ୍ରୀ ଏନ୍ ବୀର ରାଜୁ, ଜିଲ୍ଲା ପରିଷଦ ସଭ୍ୟ ଏସ ବାଲାରାଜୁ, ଜିଲ୍ଲା ବିଜେଡି ଯୁବ ସଭାପତି ଏସ ଲିଙ୍ଗରାଜୁ, ଜିଲ୍ଲା ବିଜେଡି ଛାତ୍ର ସଭାପତି ବିଶ୍ୱଜିତ୍ ତ୍ରୀପାଠୀ,ବରିଷ୍ଠ ବିଜେଡି ନେତା ରାମଚନ୍ଦ୍ର ରାଓ, ଏସ ଗଜପତି ରାଓ, ନିର ଭୂୟାଁ ଙ୍କ ସମେତ ହଜାର ହଜାର ସଂଖ୍ୟାରେ ବିଜୁ ପ୍ରେମୀ କର୍ମୀ ମାନେ ଯୋଗ ଦେଇଥିଲେ। ମାନ୍ୟବର ବିଜେଡି ସୁପ୍ରିମୋ ତଥା ପୁର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଜନ ମଙ୍ଗଳକାରି ଯୋଜନା ର ସଫଳତା ଓ ବର୍ତ୍ତମାନ ବିଜେପି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା, ମିଥ୍ୟା ପ୍ରତିଶୃତି, ଅତ୍ୟାବଶ୍ୟକୀୟ ଜିନିଷର ଦରଦାମ୍ ବୃଦ୍ଧି, ପ୍ରତାରଣା ବିରୁଦ୍ଧରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ସ୍ଵତଃ ପ୍ରବୃତ୍ତ ଭାବରେ ଅନେକ ଏହି ଜନସମ୍ପର୍ଜ ପଦଯାତ୍ରାରେ ଯୋଗ ଦେଇ ଏହି ଜନସଂପର୍କ ପଦଯାତ୍ରା ସଫଳ କରିବାକୁ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ