ବିଜେଡିର ୩୬ ସାଧାରଣ ସମ୍ପାଦକ ନିଯୁକ୍ତ

ଭୁବନେଶ୍ୱର: କରୋନା ପରିପ୍ରେକ୍ଷୀରେ ନିକଟରେ ଶିଥିଳ ହୋଇପଡ଼ିଥିବା ସଙ୍ଗଠନକୁ ପୁଣି କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ନେଇ ବିଜୁ ଜନତା ଦଳ କାର୍ଯ୍ୟ ଆରମ୍ଭ କରିଛି । ଏହାରି ଭିତରେ ଗୁରୁବାର ବିଜେଡି ପକ୍ଷରୁ ୩୬ଜଣ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତ କରାଯାଇଛି । ତେବେ କାହାକୁ କେଉଁ ଦାୟିତ୍ୱ ଦିଆଯାଇଛି ସେ ସମ୍ପର୍କରେ ଜାଣିବା। ସୁଶାନ୍ତ ସିଂହ (ସଶକ୍ତ ଓଡ଼ିଶା), ଚନ୍ଦ୍ରସାରଥୀ ବେହେରା ( ଏସସି ସଶକ୍ତୀକରଣ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ (ସାମାଜିକ ମଙ୍ଗଳ), ସ୍ନେହାଙ୍ଗିନୀ ଛୁରିଆ (ଏସସି ସଶକ୍ତୀକରଣ), ଜଗନ୍ନାଥ ସାରକା ( ଆଦିବାସୀ, ସଶକ୍ତୀକରଣ ଓ ସଂଖ୍ୟାଲଘୁ ବ୍ୟାପାର), ମହମ୍ମଦ ଆୟୁବ ଖାନ( ସଂଖ୍ୟାଲଘୁ ବ୍ୟାପାର), ଦେବେଶ ଆଚାର୍ଯ୍ୟ (ଓଡ଼ିଶା ମୋ ପରିବାର), ଉମାକାନ୍ତ ସାମନ୍ତରାୟ ( ସାମାଜିକ ମଙ୍ଗଳ), ବ୍ୟୋମକେଶ ରାୟ (ଛାତ୍ର ବ୍ୟାପାର), ଅନନ୍ତ ନାରାୟଣ ଜେନା ( ସଶକ୍ତ ଓଡ଼ିଶା), ରାଜଶ୍ରୀ ମଲ୍ଲିକ (ମହିଳା ସଶକ୍ତିକରଣ), ପ୍ରିୟଦର୍ଶୀ ମିଶ୍ର (କଳା, ସଂସ୍କୃତି ଓ ମାନବସମ୍ବଳ ବିକାଶ), ଧ୍ରୁବଚରଣ ସାହୁ ( ପରିବେଶ), ପ୍ରଣବ କୁମାର ବଳବନ୍ତରାୟ ( ଯୁବ ବ୍ୟାପାର), ରାଜଶ୍ରୀ ପାଣିଗ୍ରାହୀ ( ଆଞ୍ଚଳିକ ବିକାଶ), ରାଜୀବ ଲୋଚନ ପାତ୍ର ( ସାମାଜିକ ମଙ୍ଗଳ), ସୁଧିର କୁମାର ସାମଲ (ଓଡ଼ିଶା ମୋ ପରିବାର), ସସ୍ମିତ ପାତ୍ର (ଓଡ଼ିଶା ମୋ ପରିବାର), ବିକ୍ରମ ପଣ୍ଡା ( ଓଡ଼ିଶା ମୋ ପରିବାର), ଯୋଗେଶ ସିଂହ (ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର), ବାସନ୍ତୀ ହେମ୍ବ୍ରମ ( ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର), ବିଜୟ କୁମାର ନାୟକ ( ଆଞ୍ଚଳିକ ବିକାଶ), ଲୋପାମୁଦ୍ରା ବକ୍ସିପାତ୍ର (ମହିଳା ସଶକ୍ତିକରଣ), ରୀତା ବସ୍ତିଆ (ମହିଳା ସଶକ୍ତିକରଣ), ଶ୍ରୀମୟୀ ମିଶ୍ର ( ମହିଳା ସଶକ୍ତିକରଣ), ପ୍ରଫୁଲ୍ଳ ସିଂହ ( ସାମାଜିକ ମଙ୍ଗଳ), ଦେବାଶିଷ ମାରାଣ୍ଡି (ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର), ମାନସ ମଙ୍ଗରାଜ ( ଗଣମାଧ୍ୟମ ବ୍ୟାପାର), ଜନ୍ମଜେୟ ଲେଙ୍କା (କଳା, ସଂସ୍କୃତି ଓ ମାନବସମ୍ବଳ ବିକାଶ), ବିଶ୍ୱଜିତ ମହାନ୍ତି (ସଶକ୍ତ ଓଡ଼ିଶା), ସତ୍ୟବ୍ରତ ପାତ୍ର (କଳା, ସଂସ୍କୃତି ଓ ମାନବସମ୍ବଳ ବିକାଶ), ସାରଦା ପ୍ରସାଦ ଜେନା (କଳା, ସଂସ୍କୃତି ଓ ମାନବସମ୍ବଳ ବିକାଶ), ରୀତାଞ୍ଜଳୀ ସେଠୀ ( ଏସସି ସଶକ୍ତିକରଣ), ପ୍ରମୋଦ ଜେନା (ପରିବେଶ), ଶ୍ୟାମପ୍ରସାଦ ବେହେରା ( ଆଞ୍ଚଳିକ ବିକାଶ)।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ