ବିଜେଡି ଆଇନଜୀବି ସାମୁଖ୍ୟ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିଜେଡି ଆଇନଜୀବି ସାମୁଖ୍ୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ଉଦେଶ୍ୟରେ ଜିଲ୍ଲା ଓକିଲ ସଙ୍ଘ କାର୍ଯ୍ୟାଳୟ ଆଗରେ ଥିବା ଉତ୍କଳଗୈାରବ ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ରାଜ୍ୟ ଆଇନଜୀବି ସାମୁଖ୍ୟ ସଦସ୍ୟ ସଞ୍ଜୟ କୁମାର ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମୁଖ୍ୟ ସଂଯୋଜକ ଭୀମସେନ ଭୂୟାଁ, ଗଗନବିହାରୀ ଜେନା, ଗୋକୁଳରଞ୍ଜନ ଦାସ, ମନୋଜ କୁମାର ସାହୁ, ରମାକାନ୍ତ ସ୍ୱାଇଁ, ଇତିହାସ ଲେଙ୍କା, ମାନସରଞ୍ଜନ ଧଳ, ନିରଞ୍ଜନ ବଳ, ଗୋବର୍ଦ୍ଧନ ରାଉତ, ସରୋଜକାନ୍ତ ଜେନା,ସୁରେଶ ଚନ୍ଦ୍ର ନାୟକ, ଧିରେନ୍ଦ୍ର କୁମାର ଦାସ, କିଶୋର ପ୍ରଧାନ, ସୈାମ୍ୟ ସୈାରଭ, ତମସା ପାତ୍ର, ଅଫସର ଅଲ୍ଲୀ ବକ୍ସ, ବିବେକାନନ୍ଦ ସ୍ୱାଇଁ, ସ୍ମୃତିରଞ୍ଜନ ସିଂ, ଶ୍ରୀକାନ୍ତ ସାହୁ, ଆଶିଷ ସେନାପତି, ଅମର ବିଶ୍ୱାଳ, ସେକ ୟୁସୁଫ ପ୍ରମୁଖ ଅଂଶଗ୍ରହଣ କରି ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।


