ୟୁଥ୍‌ମାସ୍ ସେବା ସଂଘ ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ଛତ୍ରପୁର, (ଓ୍ବାଇଏନ୍ଏସ୍) : ଲକ୍‌ଡାଉନ୍ ଯୋଗୁଁ ନିହାତି ଗରିବ ଓ ନିରାଶ୍ରୟ ପରିବାରଙ୍କୁ ଛତ୍ରପୁର ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୟୁଥ୍‌ମାସ୍ ସେବା ସଂଘ ପକ୍ଷରୁ ସହାୟତାର ହାତ ବଢାଇଛନ୍ତି । ସ୍ଥାନୀୟ ବଜାର ଛକ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ୬୦ ଜଣ ଗରିବ ଓ ନିରାଶ୍ରୟ ପରିବାରଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ୟାକେଟ୍ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଞ୍ଜୟ ରେଡ୍ଡୀ, ୟୁଥ୍‌ମାସ୍ ସେବା ସଂଘର ସଂପାଦକ ସୟଦ ମୁକ୍ତାର, ଆୟୁବ ଖାନ୍‌, ଆଇନଜୀବୀ ବି.ଶ୍ରୀନିବାସ ରାଓ, କେ.ରେମଶ, ରାଜେଶ ସାହୁ, ରୋଟାରୀ କ୍ଲବର ସଭାପତି ନୀରଜଂନ ପାତ୍ର, ଆଇନଜିବୀ ବି.ଶ୍ରୀନିବାସ , ପୂର୍ବତନ ଛତ୍ରପୁର ଓକିଲ ସଂଘର ସଭାପତି ଶିବରାମ ରେଡ୍ଡୀ, ସରକାରୀ ଓକିଲ ମନୋଜ କୁମାର ପାଢି, ବିଜେଡିନେତ୍ରୀ ସୂବଣ୍ଣମାଳା ବିଷୋୟୀ, ତ୍ରିଲୋଚନ ବେହେରାଙ୍କ ସମେତ ସଂଘ ବହୁ କର୍ମକର୍ତ୍ତା ଏବଂ ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ପୂର୍ବରୁ ସଂଘ ପକ୍ଷରୁ ୨୦୦ରୁ ଉର୍ଦ୍ଧ୍ୱ ଗରୀବ ଓ ନିରାଶ୍ରୟ ଲୋକଙ୍କ ମାନେ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ