ବିଜେଡି ଜିଲ୍ଲା କମିଟିରେ ବୁଗୁଡ଼ାରୁ କିଶୋର ଚନ୍ଦ୍ର, ସୁଧାଂଶୁ ଶେଖର ଓ ଡିଲେଶ୍ୱର

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ କର୍ମକର୍ତ୍ତା ତାଲିକାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବିନ ବାବୁଙ୍କ ମୋହର ଲାଗିବା ପରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଅଗଷ୍ଟ ୬ ତାରିଖ ଦିନ କର୍ମକର୍ତ୍ତାଙ୍କ ତାଲିକା ପ୍ରକାଶ କରିଛନ୍ତି। ଗଞ୍ଜାମ ଜିଲ୍ଲା ତାଲିକାରେ ବୁଗୁଡା ଅଞ୍ଚଳରୁ ତିନି ଜଣ ସ୍ଥାନ ପାଇଥିବା ଜଣାପଡ଼ିଛି। ବୁଗୁଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କିଶୋର ଚନ୍ଦ୍ର ବେହେରା ଜିଲ୍ଲା ଉପସଭାପତି ଭାବେ ମନୋନୀତ ହୋଇଥିବା ବେଳେ ସୁଧାଂଶୁ ଶେଖର ପାଢ଼ୀ ପୁନର୍ବାର ଜିଲ୍ଲା ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ସେହିପରି ଏସ.ଡିଲେଶ୍ବର ପାତ୍ର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ବିଜୁ ଜନତା ଦଳର ଗଞ୍ଜାମ ଜିଲ୍ଲା କମିଟିକୁ ମନୋନୀତ ହୋଇଥିବା କିଶୋର ଚନ୍ଦ୍ର ବେହେରା, ସୁଧାଂଶୁ ଶେଖର ପାଢୀ ଓ ଏସ ଡିଲେଶ୍ବର ପାତ୍ର ମିଳିତ ଭାବେ ପ୍ରକାଶ କରିଛନ୍ତି ଯେ ସେମାନଙ୍କୁ ଜିଲ୍ଲା କମିଟିକୁ ମନୋନୀତ କରାଯାଇଥିବା ଯୋଗୁଁ ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ତଥା ସଭାପତି ନବୀନ ପଟ୍ଟନାୟକ ମହୋଦୟ, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମହୋଦୟ ଓ ପୋଲସରା ନିର୍ବାଚନ ମଣ୍ଡଳୀର ଜନପ୍ରିୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟଙ୍କୁ କୃତଜ୍ଞତା ଜଣାଇବା ସହ ଦଳକୁ ସୁଦୃଢ କରିବାକୁ ଉଦ୍ୟମ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ