ବିଜେଡି ଜିଲ୍ଲା ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷଙ୍କ ତିର୍ତୋଲରେ ବିଜେଡି ପ୍ରାଥିଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ତିର୍ତୋଲରେ ବିଧାନସଭା ଉପ ନିର୍ବାଚନ ପାଇଁ ସମୟ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ଆଗେଇଚାଲିଛି । ଏହି ଉପନିର୍ବାଚନରେ ଅବତ୍ତୀର୍ଣ୍ଣ ହୋଇଥିବା ବିଭିନ୍ନଦଳର ପ୍ରାର୍ଥୀଙ୍କ ମଧ୍ୟରେ ପ୍ରମୁଖ ସ୍ଥାନରେ ପ୍ରଚାରରେ ଆଗରେ ରହିଛନ୍ତି ବିଜେଡି ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସ । ବିଜେଡି ଦଳର ପ୍ରାର୍ଥୀ, ନେତା ଓ ଦଳୀୟ କର୍ମୀମାନେ ଗାଁକୁ ଗାଁ ବୁଲି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ପ୍ରଚାର ଜୋରଦାର ଚଳାଇଥିବା ବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଅଭିମୁଖି ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଉଥିବା ଦେଖାଯାଇଛି । ଦଳର ବିଧାନସଭା ପ୍ରାର୍ଥୀ ବିଜୟଶଙ୍କରଙ୍କ ପାଇଁ ନିର୍ବାଚନ ପ୍ରଚାର ନିମନ୍ତେ କେନ୍ଦ୍ରାପଡାରୁ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ମହମ୍ମଦ ସେଖ ଏନାୟତ(ଚନ୍ଦନ)ଙ୍କ ନେତୃତ୍ୱରେ ସେଖ ଲିଆକତ ଅଲ୍ଲୀ(ନସରୁ), ଅବଦୁଲ ମଜିଦ, ମହମ୍ମଦ ମୁସ୍ତକିମ, ସେଖ ଜମିଲ, ସେକ ଟିକିବାବୁ ପ୍ରମୁଖ ତିର୍ତୋଲ ଯାଇ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି । ସେମାନେ ଘରକୁ ଘର ବୁଲି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଙ୍କ ସମେତ ବିଶେଷ ଭାବରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନଙ୍କୁ ବୁଝାଇ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ମହମ୍ମଦ ଏନାୟତ ନାଲିବର ପଂଚାୟତ,ବରିତଲା ପଂଚାୟତର ରସୁଲପୁରର ୱାର୍ଡ ନମ୍ବର ୨,୩,୧୧,୧୨ ଓ ୧୩ର ଘରକୁ ଘର ବୁଲି ଦଳୀୟକର୍ମୀମାନଙ୍କ ସହ ପ୍ରଚାର କରିଥିଲେ । ଶେଷରେ କୋଲରରେ ଏକତ୍ରିତ ହୋଇଥିବା ଦଳର ସମସ୍ତ ବିଧାୟକ ଓ ଦଳର ପଦାଧିକାରୀଙ୍କୁ ସାକ୍ଷାତକରି ତିର୍ତୋଲ ବିଧାନସଭା ଉପନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ