ବିଜେଡି ଦଳକୁ ମଜବୁତ କରିବା ପାଇଁ ଏକତ୍ର ହେଲେ ଜିତୁ ଓ କୁଶ

ଯୋଡା, (ସମୀର କୁମାର ଦାସ):ଚମ୍ପୁଆ ନିକଟସ୍ଥ କାଳିକାପ୍ରସାଦ ଠାରେ ବିଜେଡି ଦଳର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚମ୍ପୁଆ ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ଓ ବିଜେଡି ଦଳର ଟାଣୁଆ ନେତା କୁଶ ଆପଟ୍ଟଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ରବିବାର ପୂର୍ବାହ୍ନ ପ୍ରାୟ ୧୧ ଘଟିକାରେ ଏକ ସଭାର ଆୟୋଜନ ହୋଇଥିଲା । ଏଥିରେ ଚମ୍ପୁଆ ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ଦଳର ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ଦଳକୁ କିପରି ସାଂଗଠନିକ ଭାବେ ମଜବୁତ କରାଯିବ ଏ ନେଇ ଆଲୋଚନା କରିଥିଲେ । ନବୀନ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କ ପାଖରେ କିପରି ପହଁଚି ପାରିବ ଏ ସମ୍ପର୍କରେ କର୍ମୀମାନେ ସହଯୋଗ କରିବା ଉଚିତ୍ ବୋଲି ଆହ୍ୱାନ କରିଥିଲେ । ଏହା ରାଜନୈତିକ ଉଦ୍ଦେଶ୍ୟ ନେଇ କର୍ମୀ ସମ୍ମିଳନୀ କରାଯାଇ ନାହିଁ । ନବୀନ ପଟ୍ଟନାୟକଙ୍କ ବାର୍ତାକୁ ଲୋକଙ୍କ ପାଖରେ ପହଁଚାଇବା ଏହାର ଉଦ୍ଦେଶ୍ୟ ଏବଂ ଆଗାମୀ ଦିନରେ ପ୍ରତ୍ୟେକ ପନ୍‌ଚାୟତରେ କର୍ମୀ ସମ୍ମିଳନୀ କରାଯାଇ ଚମ୍ପୁଆ କୁ ଏକ ଆଦର୍ଶ ନିର୍ବାଚନ ମଣ୍ଡଳି କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ପଟ୍ଟନାୟକ କହିଥିଲେ । ବିଜେଡି ଦଳର ନେତା କୁଶ ଆପଟ୍ଟ କହିଥିଲେ ଯେ, ଆଗାମୀ ପନ୍‌ଚାୟତ ନିର୍ବାଚନରେ ବିଜେଡି ଦଳ କିପରି ସମସ୍ତ ପନ୍‌ଚାୟତରେ ଓ ଜିଲ୍ଲା ପରିଷଦର ଆସନରେ ବିଜେଡି ଦଳ ବିଜୟ ହୋଇ ପାରିବ ଏ ନେଇ ପ୍ରତି ଗାଁ ଗାଁ ବୁଲି ଦଳକୁ ମଜବୁତ କରିବାରେ ଉଦ୍ୟମ କରାଯିବ ବୋଲି କହିଥିଲେ । ଏହି କର୍ମୀ ସମ୍ମିଳନୀରେ ଚମ୍ପୁଆ ବ୍ଲକର କାଳିକାପ୍ରସାଦ, ରିମୁଳି, ପ୍ରତାପପଶି, ବଡନଈ, ସାନନଈ, ଇଚିଣ୍ଡା, ରଜିଆ, ପତଳା, ରାମଲା, ଜାମୁଦଲକ ପ୍ରଭୃତି ଗ୍ରାମର ହଜାର ହଜାର କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ