ବିଜେଡି ଦିଗପହଣ୍ଡି ନଗର କମିଟି ର ନୂତନ କର୍ମକର୍ତ୍ତା ମନୋନୟନ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବିଜୁ ଜନତା ଦଳର ନଗର କମିଟି ସଭାପତି ନିର୍ବାଚନ ପରେ ନବ ନିର୍ବାଚିତ ସଭାପତି ଲକ୍ଷ୍ମୀ ନୃସିଂହ ମାର୍ଥାଙ୍କ ଅଧ୍ଯକ୍ଷତାରେ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ବସଷ୍ଟାଣ୍ଡ ସ୍ଥିତ ଦଳୀୟ କାର୍ଯ୍ୟାଳୟ ରେ ଆୟୋଜିତ ଆଲୋଚନା ସଭାରେ ଏନ୍ ଏ ସି ଅଧିନ ବିଭିନ୍ନ ୱାର୍ଡ ର ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ସଭାରେ ସାଙ୍ଗଠନିକ ଅଭିବୃଦ୍ଧି ସମେତ ନୂତନ ଦଳୀୟ କର୍ମକର୍ତ୍ତା ଚୟନ ନେଇ ସବିଶେଷ ଆଲୋଚନା କରାଯିବା ପରେ ସମବେତ କର୍ମୀ ଙ୍କ ମତାମତ ଅନୁସାରେ ସର୍ବସମ୍ମତକ୍ରମେ ନଗର କମିଟି କର୍ମକର୍ତ୍ତା ମନୋନୟନ କରାଯାଇଥିବା ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷ ଭି.ରବି ନାରାୟଣ ରାଜୁ ଏକ ପ୍ରେସ ବିବୃତି ରେ ସୂଚନା ଦେଇଛନ୍ତି । ନୂତନ କମିଟି ରେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ.ଯୁଧିଷ୍ଠିର ସ୍ଵାଇଁଙ୍କୁ ସାଧାରଣ ସମ୍ପାଦକ ନିର୍ବାଚିତ କରାଯାଇଥିବା ବେଳେ ସୁରେନ୍ଦ୍ର ପଟ୍ଟନାୟକଙ୍କୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି । ସେହିଭଳି ୭ ଜଣିଆ ଉପସଭାପତି ମଣ୍ଡଳୀ ଚୟନ କରାଯାଇ ଏଥିରେ ପ୍ରଦୀପ୍ତ କୁମାର ପଟ୍ଟନାୟକ, ମାଗି ସେଠୀ,ଗିରିଜା ନନ୍ଦନ ମେକାପ, ସୁଶାନ୍ତ କୁମାର ପାତ୍ର,ରଞ୍ଜନ କୁମାର ବେହେରା, ହେମନ୍ତ କୁମାର ପାଣିଗ୍ରାହୀ ଏବଂ ପ୍ରଭାକର ସାବତଙ୍କୁ ସାମିଲ କରାଯାଇଥିବା ବେଳେ ୭ ଜଣିଆ ସମ୍ପାଦକ ମଣ୍ଡଳୀ ଗଠନ କରାଯାଇ ତାରାପ୍ରସାଦ ପଟ୍ଟନାୟକ, ନିଗମ ପ୍ରସାଦ ପଣ୍ଡା,ଜିତେନ୍ଦ୍ର ମାର୍ଥା, ରମେଶ ଚନ୍ଦ୍ର ଜେନା, ଲକ୍ଷ୍ମୀ ନାରାୟଣ ପାଢ଼ୀ,ପ୍ରଦୀପ କୁମାର ପଣ୍ଡା ଏବଂ ପି.ଜାଗିଲିଙ୍କୁ ମନୋନୀତ କରାଯାଇଛି।ସେହିଭଳି ୩୧ ଜଣିଆ ଉପଦେଷ୍ଟା ମଣ୍ଡଳୀରେ ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷ ଭି. ରବି ନାରାୟଣ ରାଜୁ, ହୃଦୟ ରଞ୍ଜନ ମେକାପ, ଶମ୍ଭୁ ପଣ୍ଡା, ଶିବଶଙ୍କର ଦେବ ଗୋସ୍ଵାମୀ,ରାମକୃଷ୍ଣ ପାଢ଼ୀ, ରଘୁନାଥ ପାଣିଗ୍ରାହୀ, ବି.ଦୀନବନ୍ଧୁ,ପ୍ରଦୀପ ପଟ୍ଟନାୟକ, ସୁଦର୍ଶନ ପାଣିଗ୍ରାହୀ, ନିଳାଞ୍ଚଳ ରଥ, କାହ୍ନୁ ଚରଣ ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ପାଢ଼ୀ,ମନୋଜ ଚୌଧୁରୀ, ବିନୋଦ ଗୌଡ, ରାଜେନ୍ଦ୍ର ଗୌଡ,ପ୍ରଶାନ୍ତ ପାଣିଗ୍ରାହୀ, ଦିବାକର ଜେନା, ପଞ୍ଚାନନ ସ୍ବାଇଁ,କିଶୋର ଜେନା, ଚରଣ ସ୍ବାଇଁ,କେ. ଗୋପାଳ,ତ୍ରିନାଥ ମଲ୍ଲିକ,ସଞ୍ଜୟ ମହାପାତ୍ର,ନରସିଂହ ଦୋରା,ସଞ୍ଜୟ ସ୍ବାଇଁ, ମଙ୍ଗୁଳୁ ଦାସ ପ୍ରମୁଖ ଙ୍କୁ କମିଟିରେ ସାମିଲ କରାଯାଇଛି।


